ଅତ୍ୟାଧୁନିକ ପୋଷାକ ପରିପାଟିରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଅଭିନବ ଶୈଳୀର ପୋଷାକ ପରିଚ୍ଛଦ ପ୍ରସ୍ତୁତ କରୁଥିବା କମ୍ପାନିମାନେ ନିରନ୍ତର ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି। ଏହି କ୍ରମରେ ଲିମିନାଲ୍‌ ୱାର୍କସପ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଧରଣର ପଫର ଜ୍ୟାକେଟ୍‌ ବଜାରକୁ ଛଡ଼ାଯାଇଛି, ଯହିଁରେ କି’ବୋର୍ଡର ୫୪ଟି ସୁଇଚ୍‌କୁ ଫୁଲକା ୩-ଡି ପକେଟ୍‌ ଆକାରରେ ସ୍ଥାନ ଦିଆଯାଇଛି। ଜଳ ପ୍ରତିରୋଧୀ ନାଇଲନ୍‌ରେ ନିର୍ମିତ ଏହି ଜ୍ୟାକେଟ୍‌ରେ ସୁଇଚ୍‌ ଚିହ୍ନିତ ଥିବା ପ୍ରତ୍ୟେକ ପକେଟ୍‌ ଖୋଲିବା ପାଇଁ ଜିପର୍‌ ଲାଗିଛି।

Advertisment

ଏହି ଅଭିନବ ଜ୍ୟାକେଟ୍‌ଟିର ମୂଲ୍ୟ ୪୯୫ ପାଉଣ୍ଡ୍‌ ବା ୬୨୩ ଡଲାର ରଖାଯାଇଛି ଯାହାର ଭାରତୀୟ ମୁଦ୍ରାରେ ପ୍ରାୟ ସାଢ଼େ ୫୧ ହଜାର ଟଙ୍କା ହେବ। ଏହି ଜ୍ୟାକେଟ୍‌ଟି ସର୍ବସାଧାରଣରେ ପିନ୍ଧିବା ଲାଗି ଉପଯୁକ୍ତ ହୋଇନପାରେ, କିନ୍ତୁ ଫେସନ ଦୁନିଆରେ ଏପରି କି’ବୋର୍ଡ ଅନୁପ୍ରାଣିତ ଜ୍ୟାକେଟ୍‌ ସଂପୂର୍ଣ୍ଣ ନୂଆ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।