ରେଟ୍ରୋ ଷ୍ଟାଇଲ୍‌ର ବାଇକ୍‌ କିୱେ ଏସ୍‌ଆର୍‌ ୨୫୦ ବଜାରକୁ ଆସିଛି। ଏହାର ବଜାର ମୂଲ୍ୟ ୧,୪୯,୦୦୦ ଟଙ୍କା (ଏକ୍ସ ଶୋ’ରୁମ୍‌) ହୋଇଥିବା ବେଳେ ଓଜନ ୧୨୫ କିଲୋଗ୍ରାମ୍ ଓ ଇଞ୍ଜିନ୍‌ ଆକାର ୨୨୩ ସିସି ରହିଛି। ଏସ୍‌ଆର୍‌ ୨୫୦ର ତେଲ ଟାଙ୍କିର ଧାରଣ କ୍ଷମତା ୧୪.୫ ଲିଟର। ଏଥିରେ ସିଙ୍ଗଲ୍‌ ସିଲିଣ୍ଡର୍‌, ଅଏଲ୍‌-କୁଲ୍‌ଡ ୪ ଷ୍ଟ୍ରୋକ୍‌ ଇଞ୍ଜିନ୍‌, ଫ୍ରଣ୍ଟ ଓ ରିଅର୍‌ ଡିସ୍କ୍‌ ବ୍ରେକ୍‌, ଡୁଆଲ୍‌ ଚାନେଲ୍‌ ଏବିଏସ୍‌, ୧୬ ଏଚ୍‌ପି ପାୱାର୍‌, ୫ ସ୍ପିଡ୍‌ ଟ୍ରାନ୍ସମିସନ୍‌, ଟେଲିସ୍କୋପିକ୍‌ ଫ୍ରଣ୍ଟ୍‌ ଓ ରିୟର୍‌ ସସ୍‌ପେନ୍‌ସନ୍‌ ଭଳି ଫିଚର୍‌ ରହିଛି। କିୱେ ଏସ୍‌ଆର୍‌ ୨୫୦ ଗ୍ଲସି ହ୍ବାଇଟ୍‌, ଗ୍ଲସି ରେଡ୍‌, ଗ୍ଲସି ବ୍ଲାକ୍‌ ପରି ତିନିଟି ରଙ୍ଗରେ ଉପଲବ୍ଧ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ବେନେଲିର ସହଯୋଗୀ କମ୍ପାନି କିୱେ ପ୍ରସ୍ତୁତ ଏହି ବାଇକ୍‌ର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ରୟାଲ୍‌ ଏନ୍‌ଫିଲ୍‌ଡ ହଣ୍ଟର୍‌ ୩୫୦, ଟିଭିଏସ୍‌ ରୋନିନ୍‌ ଏସ୍‌ଆର୍‌ ୨୫୦, ଜାୱା ୪୨ ପ୍ରମୁଖ।