ଜାଣନ୍ତି କି ! ଏହି ଖବରକାଗଜ କେବଳ ମହିଳାଙ୍କଦ୍ୱାରା ପରିଚାଳିତ

‘ଖବର ଲହରୀୟା’ ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ତ ଅଞ୍ଚଳରେ ବହୁଳ ପ୍ରସାରିତ ଏକ ସାପ୍ତାହିକ ଖବରକାଗଜ। ବୁନ୍ଦେଲୀ ଭାଷାରେ ପ୍ରକାଶିତ ଏହି ଖବରକାଗଜ ସ˚ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ। ମୁଦ୍ରଣ ଓ ପ୍ରସାରଣ ମଧୢ ମହିଳାମାନେ ବୁଝୁଛନ୍ତି। ‘ନିରନ୍ତର’ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତ୍ୟକ୍ଷ ପ୍ରୋତ୍ସାହନାରେ ୨୦୦୨ରେ ଏହି ସାପ୍ତାହିକ ଖବରକାଗଜ ଆତ୍ମପ୍ରକାଶ କରିଥିଲା। ଆଠ ପୃଷ୍ଠିଆ ଏହି ଖବରକାଗଜ ଗ୍ରାମ୍ୟ ମହିଳାଙ୍କ ମୁଖପତ୍ର।

ଗ୍ରାମୀଣ ଭାରତର ମହିଳାମାନେ ଭୋଗୁଥିବା ସମସ୍ୟା, ସେମାନଙ୍କ ସ˚ପର୍କିତ ଖବର, ସେମାନଙ୍କ ପାଇଁ ଉପଦେଶ ଆଦିରେ ଏହି ଖବରକାଗଜର ପୃଷ୍ଠାଗୁଡ଼ିକ ପରିପୁଷ୍ଟ। ‘ଖବର ଲହରୀୟା’ ପାଇଁ କାର୍ଯ୍ୟ କରୁଥିବା ସାମ୍ବାଦିକା, ସହ-ସ˚ପାଦିକା ଆଦି ଉଚ୍ଚଶିକ୍ଷିତା ନୁହନ୍ତି। ତେବେ, ସେମାନଙ୍କ କାର୍ଯ୍ୟଧାରା ସ୍ବତନ୍ତ୍ର। ସେମାନଙ୍କ ରଚନା-ଶୈଳୀ ସାଧାରଣ। ଚିତ୍ରକୂଟ ଜିଲ୍ଲାର ଛଅ ଶହ ଗ୍ରାମରେ ଏହି ସମ୍ବାଦପତ୍ର ପ୍ରସାରିତ। ପାଠକ ସ˚ଖ୍ୟା ଅଶୀ ହଜାରରୁ ଅଧିକ। ଦଳିତ, କୋଲ ଓ ମୁସଲମାନ ସ˚ପ୍ରଦାୟର ମହିଳାମାନେ ଏହି ଖବରକାଗଜର ପ୍ରକାଶନ ସହ ସ˚ପୃକ୍ତ।

ସମ୍ବନ୍ଧିତ ଖବର