ବିଶ୍ୱ ରେକର୍ଡ ଏବଂ ବ୍ରାଣ୍ଡ୍ ଇଣ୍ଡିଆ ଫୁଡ୍ ଭାବେ ବିଶ୍ୱରେ ଜନପ୍ରିୟ କରାଇବା ନିମନ୍ତେ ନଭେମ୍ବର ୪ ତାରିଖ ଦିନ ଓ୍ଵାର୍ଲଡ୍ ଫୁଡ୍ ଇଣ୍ଡିଆ ଇଭେଣ୍ଟ୍ରେ ପ୍ରସ୍ତୁତି ହେବ, ଉଭୟ ଧନୀ ଓ ନିର୍ଧନ ପରମ ସନ୍ତୋଷରେ ଖାଉଥିବା ପାରମ୍ପରିକ ଭାରତୀୟ ଭୋଜନ, ୮୦୦ କିଲୋଗ୍ରାମ୍ ଖିଚିଡ଼ି।
ଦେଶର ‘ବିବିଧତା ମଧ୍ୟରେ ଏକତା’କୁ ସୂଚାଉ ଥିବାରୁ ଚାଉଳ, ଡାଲି, ଅନ୍ୟାନ୍ୟ ଶସ୍ୟ ଦାନା ଏବଂ ମସଲା ପକାଇ ପ୍ରସ୍ତୁତି ହେଉଥିବା ଖିଚିଡ଼ିକୁ ବ୍ରାଣ୍ଡ୍ ଇଣ୍ଡିଆ ଫୁଡ୍ ଭାବେ ଚୟନ କରାଯାଇଛି।
୧୦୦୦ ଲିଟର୍ ପାଣି ଧରୁଥିବା ୭ ଫୁଟ୍ ଗୋଲେଇର ଏକ ବିଶାଳ କଡ଼େଇରେ ୮୦୦ କିଲୋ ଖିଚିଡ଼ି ବସାଯାଇ ଧୀର ବାମ୍ଫରେ ରନ୍ଧାଯିବ।
ନଭେମ୍ବର ୩ ତାରିଖ ଦିନ ଫୁଡ୍ ପ୍ରୋସେସିଙ୍ଗ୍ ମିନିଷ୍ଟ୍ରି ଏବଂ ସିଆଇଆଇ ଆୟୋଜନ କରୁଥିବା ତିନି ଦିନିଆ କାର୍ଯ୍ୟକ୍ରମ ‘ଗ୍ରେଟ୍ ଇଣ୍ଡିଆ ଫୁଡ୍ ଷ୍ଟ୍ରିଟ୍’ର ବ୍ରାଣ୍ଡ୍ ଆମ୍ବାସାଡର୍ ସାଜିଥିବା ନାମଜାଦା ପାଚକ ସଞ୍ଜୀବ କପୁର୍ ଏହି ଖିଚିଡ଼ି ପ୍ରସ୍ତୁତି କରିବେ।
ଖିଚିଡ଼ି ଭାରତର ଏକ ବିଚିତ୍ର ମୁଖ୍ୟ ଆହାର। ଭାରତରେ ପ୍ରସ୍ତୁତି ହେଉଥିବା ଆହାରମାନଙ୍କ ମଧ୍ୟରେ ଏହା ସବୁଠୁ ବଳି ସ୍ୱାସ୍ଥ୍ୟପ୍ରଦ ବୋଲି ବିବେଚନା କରାଯାଏ। ଧନୀ ନିର୍ଧନ ନିର୍ବିଶେଷରେ ସମଗ୍ର ଭାରତରେ ଖିଚିଡ଼ି ଖାଆନ୍ତି ବୋଲି ଖାଦ୍ୟ ପ୍ରକ୍ରିୟା କରଣ ମନ୍ତ୍ରୀ ହର୍ସିମ୍ରତ୍ କୌର୍ ବାଦଲ ପରଦା ଉତ୍ଥାନ ଉତ୍ସବରେ ସାମ୍ବାଦିକମାନଙ୍କୁ କହିଛନ୍ତି।
ଭାରତର ମହାନ୍ ସଂସ୍କୃତି ଏବଂ ବିବିଧତା ମଧ୍ୟରେ ଏକତାକୁ ଖିଚିଡ଼ି ସର୍ବୋତ୍ତମ ଭାବେ ପ୍ରତିପାଦିତ କରୁଛି। ତେଣୁ ଖିଚିଡ଼ିକୁ ବ୍ରାଣ୍ଡ୍ ଇଣ୍ଡିଆ ଫୁଡ୍ ଭାବେ ଚୟନ କରାଯାଇଛି ବୋଲି ସେ କହିଛନ୍ତି।
ରନ୍ଧା ଖିଚିଡ଼ିକୁ ପ୍ରାୟ ୬୦ ହଜାର ଅନାଥ ଏବଂ ଉତ୍ସବରେ ଉପସ୍ଥିତ ଥିବା ଅତିଥିମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ରେସିପି ସହ ଖିଚିଡ଼ିକୁ ମଧ୍ୟ ହେଡ୍ସ୍ ଅଫ୍ ଫରେନ୍ ମିସନ୍ସ୍ ଇନ୍ ଇଣ୍ଡିଆଙ୍କ ମଧ୍ୟରେ ବଣ୍ଟନ କରାଯିବ।
ବ୍ରାଣ୍ଡ୍ ଇଣ୍ଡିଆ ଖିଚିଡ଼ିର ସାମଗ୍ରୀ ଏବଂ ରେସିପିକୁ ଭାରତୀୟ ବୈଦେଶିକ ଅଭିଯାନ ଦ୍ୱାରା ବିଶ୍ୱରେ ଜନପ୍ରିୟ କରାଯିବ। ବିଶ୍ୱର ସମସ୍ତ ରେସ୍ତୋରାଁ ଏବଂ ରୋଷଶାଳାରେ ଖିଚିଡ଼ି ମିଳୁଛି ବୋଲି ସରକାର ନିଶ୍ଚିତ କରାଇବେ ବୋଲି ଏକ ଆନୁଷ୍ଠାନିକ ବିବରଣୀରୁ ଜଣାପଡ଼ିଛି।