ବିଶ୍ୱର ସର୍ବ-ପ୍ରାଚୀନ ପିରାମିଡ୍‌ ତଥା ଦ୍ୱିତୀୟ ଉଚ୍ଚତମ ସ୍ଥାପତ୍ୟ ‘ଖୁଫୁ ପିରାମିଡ୍‌’

ବିଶ୍ୱ ଐତିହ୍ୟ

ଏବେ ବି ଛିଡ଼ାହୋଇଥିବା ବିଶ୍ୱର ସର୍ବ-ପ୍ରାଚୀନ ପିରାମିଡ୍‌ ହେଉଛି ଗିଜାର ସିଓପ୍‌ସ ବା ଖୁଫୁ ପିରାମିଡ୍‌। ଏହାର ୪୬୦୦ ବର୍ଷ ପୁରୁଣା। ପ୍ରାଚୀନ ଗ୍ରିକ୍‌ ଐତିହାସିକ ହେରୋଡଟସ୍‌ଙ୍କ ବିବରଣୀ ଅନୁଯାୟୀ ଏହାର ନିର୍ମାଣରେ ଏକ ଲକ୍ଷ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା। ନିର୍ମାଣରେ ବ୍ୟବହୃତ ହୋଇଥିଲା ତେଇଶ ଲକ୍ଷ ଚୂନ-ପଥର ଖଣ୍ତ। ପିରାମିଡ୍‌ଟିର ଆନୁମାନିକ ଓଜନ ଅଣଷଠି ଲକ୍ଷ ଟନ୍‌। ଏହା ବିଶ୍ୱର ଦ୍ବିତୀୟ ଉଚ୍ଚତମ ସ୍ଥାପତ୍ୟ। ପ୍ରଥମଟି- ଇ˚ଲଣ୍ତ୍‌ର ଲିଙ୍କନ୍‌ ଗିର୍ଜା। ଖୁଫୁ ପିରାମିଡ୍‌କୁ ଭାଙ୍ଗି ଛଅ ସେଣ୍ଟିମିଟର‌୍‌ ଲମ୍ବ ବିଶିଷ୍ଟ ଛଡ଼ରେ ପରିଣତ କରି ଓ ଯୋଡ଼ି, ଚନ୍ଦ୍ର ଆଡ଼କୁ ଲମ୍ବାଇଲେ, ଏକ ଚତୁର୍ଥା˚ଶ ପଥ ଅତିକ୍ରମ କରିଯିବ। ପୁଣି, ଭାଙ୍ଗି ତିରିଶ ସେଣ୍ଟିମିଟର‌୍‌ ମୋଟେଇ ବିଶିଷ୍ଟ ଖଣ୍ତରେ ପରିଣତ କରି ଏକ ମିଟର‌୍‌ ଉଚ୍ଚତା ବିଶିଷ୍ଟ ପାଚେରି ଗଢ଼ିଲେ, ତାହାର ଲମ୍ବ ଫ୍ରାନ୍‌ସର ସମସ୍ତ ସଡ଼କ-ପଥର ଲମ୍ବ ସହ ସମାନ ହେବ। ଖୁଫୁ ପିରାମିଡ୍‌ର ଉଚ୍ଚତା ୪୮୦ ଫୁଟ୍‌ ଏବ˚ ତେର ଏକର‌୍‌ ପରିମିତ ସ୍ଥାନ ଉପରେ ନିର୍ମିତ। ଏଥିରେ ବ୍ୟବହୃତ ହୋଇଥିବା ଗୋଟିଏ ଗୋଟିଏ ପଥର ଖଣ୍ତର ଓଜନ ଅତି କମ୍‌ରେ ଅଢ଼େଇ ଟନ୍‌; ଦୁଇଟି କାର‌୍‌ର ଓଜନ ସହ ସମାନ। ଏହାର ନିର୍ମାଣରେ ବିଦେଶୀ, ଯୁଦ୍ଧ ବନ୍ଦୀ ବା କ୍ରୀତଦାସଙ୍କୁ ଲଗାଯାଇ ନ ଥିଲା; ସମସ୍ତ ନିର୍ମାଣ କାର୍ଯ୍ୟ ସାଧାରଣ ମିଶରୀୟଙ୍କ ଦ୍ୱାରା କରାଯାଇଥିଲା। ୧୯୭୯ରେ ଏହା ବିଶ୍ୱ ଐତିହ୍ୟ ଘୋଷିତ ହୋଇଥିଲା।

ସମ୍ବନ୍ଧିତ ଖବର