ନୂଆଦିଲ୍ଲୀ: ସୋସିଆଲମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଛୋଟ ପିଲାଟି ଏକ ଖଟିଆକୁ ଜାବୁଡ଼ି ଧରିଥିବା ବେଳେ ତାକୁ ପରିବାରଲୋକ ଟେକିଟେକି ସ୍କୁଲ ନେଉଥିବା ଦେଖିବାକୁ ମିଳୁଛି।  

Advertisment

ଭିଡିଓରେ ପିଲାଟି କାନ୍ଦିକାଖନ୍ଦି କହୁଛି, ‘ମୁଁ ସ୍କୁଲ ଯିବାକୁ ଚାହୁଁନାହିଁ, ମୁଁ ସ୍କୁଲ ଯିବି ନାହିଁ!’ ପରିବାରଲୋକ ଛୁଆଟିକୁ ସ୍କୁଲ ଯିବା ପାଇଁ ଅନେକଥର ବୁଝାଇଥିଲେ କିନ୍ତୁ ସେ ବୁଝିବାକୁ ନାରାଜ ଥିଲା। ତାର ଏକାଜିଦ ସେ ସ୍କୁଲ ଯିବ ନାହିଁ। ତେଣୁ ସେ ଘର ସାମ୍ନାରେ ପଡ଼ିଥିବା ଖଟିଆକୁ ଜାବୁଡ଼ି ଧରିଥିଲା।

ଖଟିଆ ସହ ଛୁଆକୁ ନେଇ ସ୍କୁଲରେ ଛାଡ଼ିଲେ ପରିବାରଲୋକ

ଅଧିକପଢ଼ନ୍ତୁ:ଝିଅ ବାହାଘରରେ କ୍ୟୁଆର୍‌ କୋଡ୍‌ ପିନ୍ଧି ବୁଲିଲେ ବାପା

ଛୁଆଟିର ପରିବାରଲୋକ ଲୋକ କିଛି ଉପାୟ ନପାଇ ଶେଷରେ ଉକ୍ତ ଖଟିଆ ସହ ଶିଶୁକୁ ନେଇ ସ୍କୁଲରେ ଛାଡ଼ି ଆସିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 
କେହିକେହି ଏହି ଭିଡିଓ ଦେଖିବା ପରେ ନିଜର ପିଲାଦିନକଥା, ସ୍କୁଲ ଜୀବନ କଥାକୁ ମନେ ପକାଇ ପ୍ରତିକ୍ରିୟା ଦେଇଛନ୍ତି।

ଅଧିକପଢ଼ନ୍ତୁ: ଚର୍ଚ୍ଚାରେ ଥିଲା ନବାବଙ୍କ ରାଜକୀୟ ଠାଣି: ଘର ଭିତରେ ଥିଲା ରେଳ ଷ୍ଟେସନ

Boys student schoo‌l