ଏହି ବ୍ୟକ୍ତିଙ୍କ ଶରୀରରୁ ଆପେଆପେ ଉଭାନ ହେଉଛି କିଡ୍‌ନୀ , ଆସନ୍ତୁ ଜାଣିବା କାରଣ କ’ଣ ?

ଆପଣ ସାଧାରଣତଃ କିଡ୍‌ନୀ ଫେଲ୍‌ କରିବା କିମ୍ବା କିଡ୍‌ନୀ ଜନିତ ରୋଗ ହେବା ବିଷୟରେ ଶୁଣିଥିବେ କିନ୍ତୁ କେବେ ମଧ୍ୟ ଶରୀରରୁ ଆପେଆପେ କିଡ୍‌ନୀ ଉଭାନ ହେବା ବିଷୟରେ ଶୁଣିଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଲଣ୍ଡନର ଡେରନ୍‌ ଫର୍ଗୁସନ୍‌ ନାମକ ଜଣେ ବ୍ୟକ୍ତିଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ୬ ଥର କିଡ୍‌ନୀ ପ୍ରତିରୋପଣ କରାଯାଇସାରିଛି। ହେଲେ କୌଣସି ଥର ମଧ୍ୟ ଅସ୍ତ୍ରୋପଚାର ସମୟରେ ତାଙ୍କର ପୂର୍ବ କିଡ୍‌ନୀ ବାହାରି ନଥାଏ । ଏପରି ହେବାର କାରଣ ଡେରନ୍‌ ଏକ ଅଦ୍ଭୁତ ପ୍ରକାରର କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି, ଫଳରେ ପ୍ରତି ୫ ବର୍ଷରେ ଥରେ ଅପେଆପେ ତାଙ୍କ କିଡ୍‌ନୀ ତରଳି ଯାଇଥାଏ । ସେ ୫ ବର୍ଷର ହୋଇଥିବା ସମୟରେ ଏହି ରୋଗରେ ଆକ୍ରାନ୍ତ ଥିବା ବିଷୟରେ ତାଙ୍କୁ ଜଣାପଡ଼ିଥିଲା । ଡ଼େରନ୍‌ଙ୍କୁ ୬ କିଡ୍‌ନୀ ବିଶିଷ୍ଟ ବ୍ୟକ୍ତି କୁହାଯାଉଥିବା ବେଳେ ଥରେ ତାଙ୍କ କିଡ୍‌ନୀ ଫେଲ୍‌ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଥର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଇ ସାରିଲେଣି । ଏପରି ଅଦ୍ଭୁତ ରୋଗରେ ଆକ୍ରାନ୍ତ ରହିଥିଲେ ମଧ୍ୟ ଡେରନ୍‌ ଏକ ସାଧାରଣ ଜୀବନ ନିର୍ବାହ କରୁଛନ୍ତି । ସେ ୧୦ ବର୍ଷ ପୂର୍ବେ ଆମାଣ୍ଡା ନାମକ ଜଣେ ମହିଳାଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ତାଙ୍କର ୮ ବର୍ଷର ସନ୍ତାନ ରହିଛି। ଡ଼େରନ୍‌ ତାଙ୍କ ରୋଗ ବିଷୟରେ କହିବାକୁ ଯାଇ କହିଛନ୍ତି ‘ମୁଁ ଏପରି ଏକ ରୋଗରେ ଆକ୍ରାନ୍ତ ଯାହା ଦ୍ୱାରା ମୁଁ କେତେ ବେଳେ ମରିବି ତାହାର ଠିକଣା ନାହିଁ । ଏହା ଜାଣି ମଧ୍ୟ ଅମାଣ୍ଡା ମତେ ବିବାହ କରି ମୋ ଜୀବନ ସାଥୀ ହୋଇଛି । ଏହା ସହ ମତେ ସେ ଜଣେ ପିତା ହେବାରସୌଭାଗ୍ୟ ମଧ୍ୟ ଦେଇଛି ଯାହା ମୁଁ କେବେ ଆଶା ମଧ୍ୟ କରିନଥିଲି । କାରଣ ଏହି ରୋଗ ଯୋଗୁଁ ମୁଁ କେବେ ବାପା ହୋଇପାରିବି ନାହିଁ ବୋଲି ଡ଼ାକ୍ତର କହିଥିଲେ।’

ସମ୍ବନ୍ଧିତ ଖବର