ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ପିଲାମାନଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ କି ଦୁଇଜଣ ନୁହଁନ୍ତି ବରଂ ନଅ ଜଣ ପିଲା ଗୋଟିଏ ସାଇକେଲରେ ବସି ସ୍କୁଲ ଯାଉଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଜଣେ ବ୍ୟକ୍ତି ସାଇକେଲ ଚଲାଉଛନ୍ତି। ଆଉ ବ୍ୟକ୍ତିଙ୍କ ସାଇକେଲ ଚକା ଓ କାନ୍ଧ ଉପରେ ୯ଜଣ ପିଲା ଅତି ବିପଦପୂର୍ଣ୍ଣ ଭାବେ ବସିଛନ୍ତି। ୯ଜଣ ପିଲାଙ୍କ ମଧ୍ୟରୁ କିଛି ପିଲା ସ୍କୁଲ ପୋଷକ ପିନ୍ଧିଥିବା ବେଳେ ଆଉ କିଛି ଜଣ ସାଧାରଣ ପୋଷାକ ପିନ୍ଧିଥିବା ନଜରକୁ ଆସିଛି। ତେବେ ବ୍ୟକ୍ତି ଜଣକ ୯ଜଣ ପିଲାଙ୍କୁ ସ୍କୁଲ ନେଇ ଛାଡ଼ିବାକୁ ଯାଉଥିବା ଜଣାପଡ଼ିଛି।
आज दुनिया की आबादी 8 अरब हो गई, इस उपलब्धि को हासिल करने में ऐसे इंसानों को बहुत बड़ा योगदान रहा है👇 pic.twitter.com/Fiq62o0OiK
— Jaiky Yadav (@JaikyYadav16) November 15, 2022
ସୋସିଆଲ ମିଡିଆ ପ୍ଲାଟଫର୍ମରେ @ JaikyYadav୧୬ ନାମକ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓକୁ ସେୟାର କରାଯାଇଛି । ଏହି ଭିଡିଓଟି କେବେକାର ଓ କେଉଁଠୁ ଆସିଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ତେବେ ଭିଡିଓକୁ ସୋସିଆଲ ମିଡିଆରେ ଲୋକେ ବାରମ୍ବାର ଦେଖିବା ସହିତ ସେୟାର ବି କରୁଛନ୍ତି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଳିଆ ପ୍ରତିକ୍ରିୟା ଦେବା ସହିତ ଆଉ କିଛି ଜଣ ଛୋଟଛୋଟ ପିଲାଙ୍କୁ ଏଭଳି ଭାବେ ସାଇକେଲରେ ବସାଇ ନେବା ଆଦୌ ଉଚିତ ନୁହେଁ। କାରଣ ସାମାନ୍ୟ ଅସାବଧାନତା ଛୋଟ ପିଲାଙ୍କ ଜୀବନ ବି ନେଇ ଯାଇ ପାବେ ବୋଲି ଭିଡିଓ ଦେଖିବା ପରେ ପ୍ରତିକ୍ରିୟା ଦେଇଛନ୍ତି।