ରାଜା କାହିଁକି ଏହି ଋଷିଙ୍କୁ ଶୁଳି ଚଢାଇବା ଲାଗି ନିର୍ଦ୍ଦେଶ ଦେଲେ ?

ପୁରାଣ କାଳରେ ମାଣ୍ଡବ୍ୟ ନାମକ ଜଣେ ଋଷି ଥିଲେ । ସେ ନିଜ ଆଶ୍ରମରେ ତପସ୍ୟାରତ ଥିଲେ । ଅକସ୍ମାତ୍‌ ସେହି ଆଶ୍ରମ ବାଟ ଦେଇ କିଛି ଚୋର ରାଜକୋଷରୁ ଧନ ଲୁଟି ନେଇ ଦୌଡୁଥିଲେ । ତାଙ୍କ ପଛେ ରାଜାଙ୍କ ସିପାହୀମାନେ ମଧ୍ୟ ଦୌଡୁଥିଲେ । ଚୋରମାନେ ଭାବିଲେ ଯେ ଆଉ ଧନ ଧରି ଦୌଡିବା ସମ୍ଭବ ନୁହେଁ, ତା’ଛଡା ମୁନିଙ୍କ ଆଶ୍ରମରେ ଲୁଚାଇ ରଖିଲେ ସିପାହୀମାନେ ବି ସନ୍ଦେହ କରିବେନି ଓ ପରେ ସେଠାକୁ ଆସି ଧନତକ ନେଇଯିବେ । ଏହାଭାବି ସେହି ଚୋରମାନେ ମହର୍ଷି ମାଣ୍ଡବ୍ୟ ଙ୍କ ଆଶ୍ରମରେ ଧନକୁ ଲୁଚାଇ ଚାଲିଗଲେ ।


କିଛି ସମୟ ପରେ ସିପାହୀମାନେ ଋଷିଙ୍କ ଆଶ୍ରମରେ ପଶି ଚୋରି ଧନ ଖୋଜିବାରେ ଲାଗିଲେ ଓ ତା’ହା ମିଳିଗଲା । ସେମାନେ ତପସ୍ୟା ଋଷିଙ୍କୁ ଜଣେ ଚୋର ଭାବି ରାଜାଙ୍କ ପାଖକୁ ଧରିନେଲେ । ରାଜଦରବାରରେ ରାଜା ଅଭିଯୁକ୍ତ ଋଷିଙ୍କୁ ନିଜ ପକ୍ଷ ରଖିବା ଲାଗି କୌଣସି ସୁଯୋଗ ନ ଦେଇ ସିଧାସଳଖ ଶୁଳି ଚଢାଇବା ଲାଗି ନିର୍ଦ୍ଦେଶ ଦେଲେ ।

ସମ୍ବନ୍ଧିତ ଖବର