ପ୍ରାଚୀନ ଯୁଗର କଥା। ସୁରଥ ନାମକ ଜଣେ ପରମ ଧାର୍ମିକ ରାଜା ଥିଲେ। ସେ ଅତ୍ୟନ୍ତ ଉଦାର ଥିଲେ ଏବଂ ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ। କିନ୍ତୁ ଦୁର୍ଯୋଗବଶତଃ ତାଙ୍କ ମନ୍ତ୍ରୀ ଶତ୍ରୁମାନଙ୍କ ଷଡଯନ୍ତ୍ରରେ ସାମିଲ ହୋଇଗଲେ ଓ ଯୁଦ୍ଧରେ ରାଜାଙ୍କୁ ପରାଜିତ କରି ଷଡଯନ୍ତ୍ର କରି ତାଙ୍କଠୁଁ ରାଜ୍ୟ ଛଡ଼ାଇ ନେଇଗଲେ।
ଏଥିରେ ଖୁବ୍ ବ୍ୟଥିତ ଓ ଲଜ୍ଜିତ ହୋଇ ରାଜ ସୁରଥ ଅରଣ୍ୟକୁ ଚାଲିଗଲେ। ଅରଣ୍ୟରେ ସେ ବେଶ୍ କିଛି ଦିନ ଧରି ଭୋକ ଶୋଷରେ ଦିନ ବିତାଇଲେ।
ଦିନେ ଅତ୍ୟନ୍ତ ଭୋକ ଶୋଷରେ ବ୍ୟାକୁଳ ଅବସ୍ଥାରେ ଘୁରି ବୁଲୁଥିବା ବେଳେ ନିକଟରେ ଏକ ଆଶ୍ରମ ଦେଖିଲେ ରାଜା ସୁରଥ। ପରମ ତପସ୍ୱୀ ସୁମେଧା ମୁନିଙ୍କ ଆଶ୍ରମରେ ପହଂଚିଲେ ରାଜା ସୁରଥ। ମୁନି ତାଙ୍କର ବୃତ୍ତାନ୍ତ ଶୁଣିଲେ। ରାଜାଙ୍କ କଥା ଶୁଣିବା ପରେ ମୁନିଙ୍କ ମନରେ ଦୟାଭାବ ଜାଗ୍ରତ ହେଲା ଏବଂ ସେ ସୁରଥଙ୍କୁ ତାଙ୍କ ଆଶ୍ରମରେ ରହିବା ପାଇଁ ପରାମର୍ଶ ଦେଲେ। ଏହାପରେ ରାଜା ସୁରଥ ମୁନିଙ୍କ ଆଶ୍ରମରେ ରହିଲେ।