ଜାଣନ୍ତୁ କିଭଳି ଭାବେ ହୁଏ ତୃତୀୟ ଲିଙ୍ଗୀଙ୍କ ଅନ୍ତିମ ସଂସ୍କାର?

କିନ୍ନରମାନଙ୍କ ଦୁନିଆ ଅତ୍ୟନ୍ତ ରହସ୍ୟମୟ। ସେମାନଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଆଗ୍ରହ ଥାଏ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ ବହୁତ କମ ଖବର ହିଁ ମିଳିପାରିଛି। କିନ୍ନରମାନଙ୍କ ସହ ଯୋଡି ହୋଇଥିବା ଏପରି ଏକ ବିଷୟ ଅଛି ଯାହାକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଥାଏ। ଆଉ ତାହା ହେଉଛି କିନ୍ନରଙ୍କ ମୃତ୍ୟୁ।

ଯେତେବେଳେ କୌଣସି କିନ୍ନରଙ୍କର ମୃତ୍ୟୁ ହୋଇଥାଏ, ତେବେ ପ୍ରଥମେ ତାଙ୍କର ମୃତଦେହକୁ ଏକ ଧଳା ବସ୍ତ୍ରରେ ଘୋଡାଇ ଦିଆଯାଏ। ତା’ପରେ ମୃତଦେହରେ ବନ୍ଧା ହୋଇଥିବା ଜିନିଷକୁ କାଢି ନିଆଯାଇଥାଏ। କିନ୍ନରଙ୍କ ଆତ୍ମାର ସଦଗତି ପାଇଁ ଏବଂ ସମସ୍ତ ପ୍ରକାରର ସମ୍ପର୍କ ଓ ବନ୍ଧନରୁ ସବୁଦିନ ପାଇଁ ମୁକ୍ତି ହେବା ପାଇଁ ଏପରି କରାଯାଇଥାଏ। ଏହାପରେ ଅନ୍ତିମ ସଂସ୍କାର ପୂର୍ବରୁ ମୃତଦେହକୁ ଜୋତା ଓ ଚପଲରେ ପିଟାଯାଇଥାଏ। ଏପରି କରିବା ଦ୍ୱାରା ଏହି ଜନ୍ମରେ କରିଥିବା ସମସ୍ତ ପାପର ପ୍ରାୟଶ୍ଚିତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

photo by : Aankhodekhi News

କିନ୍ନରମାନଙ୍କର ଅନ୍ତିମ ସଂସ୍କାର ଲୁଚାଛପାରେ କରାଯାଇଥାଏ, ଯେପରିକି ଏହାକୁ କେହି ଦେଖିନପାରିବେ। ସେଥିପାଇଁ ବେଶ ଯତ୍ନବାନ ହୋଇଥାନ୍ତି କିନ୍ନର। ଯଦି କିନ୍ନର ମାନଙ୍କର ଶବ ଯାତ୍ରାକୁ କେହି ସାଧାରଣ ଲୋକ ଦେଖି ଦିଅନ୍ତି, ତେବେ ଉକ୍ତ କିନ୍ନରଙ୍କ ପରବର୍ତୀ ଜନ୍ମ ମଧ୍ୟ କିନ୍ନର ଭାବରେ ହିଁ ହେବ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ସାଧାରଣ ଲୋକଙ୍କର ଶବଯାତ୍ରାକୁ ଦିନ ବେଳେ କରାଯାଉଥିବା ବେଳେ କିନ୍ନର ମାନଙ୍କର ଅନ୍ତିମ ସଂସ୍କାର ରାତି ସମୟରେ କରାଯିବାର ପରମ୍ପରା ରହିଛି।

ଅଧିକାଂଶ କିନ୍ନର ହିନ୍ଦୁ ଧର୍ମକୁ ମାନିଥାନ୍ତି। ହିନ୍ଦୁ ଧର୍ମ ଅନୁସାରେ ମୃତଦେହକୁ ଜଳାଇ ଦିଆଯାଇଥାଏ। କିନ୍ତୁ କିନ୍ନରମାନଙ୍କ ସହ ଏପରି କରାଯାଇନଥାଏ। ସେମାନଙ୍କ ମୃତଦେହକୁ ପୋତାଯିବାର ପରମ୍ପରା ଅନେକ ଦିନରୁ ରହି ଆସିଛି। ସାଧାରଣ ଲୋକର ମୃତ୍ୟୁରେ ତାଙ୍କ ପରିବାରବର୍ଗ ଶୋକ ମନାଇଥାନ୍ତି। କିନ୍ତୁ କିନ୍ନରମାନଙ୍କ ସହ ଏପରି କରାଯାଇନଥାଏ। କିନ୍ନରଙ୍କ ମୃତ୍ୟୁରେ ଶୋକ ମନାଯାଇନଥାଏ। ମରିଯାଇଥିବା କିନ୍ନରଙ୍କୁ ଏହି ନର୍କ ରୂପୀ ଜୀବନରୁ ମୁକ୍ତି ମିଳିଗଲା ବୋଲି ଭାବି ତାଙ୍କ ପରିଜନ ଖୁସି ମନାଇଥାନ୍ତି। ଏହା ସହ ମୃତ କିନ୍ନରଙ୍କୁ ଆଗାମୀ ଜନ୍ମରେ ପୁଣି ଥରେ କିନ୍ନର ନକରିବାକୁ ଆରାଧ୍ୟ ଦେବତା ଅରାବନଙ୍କୁ କାମନା କରିଥାନ୍ତି।

ସମ୍ବନ୍ଧିତ ଖବର