ଆମେରିକାର ଦାମୀ ଚାକିରି ଛାଡି ଏବେ ଗୋପାଳନ କରୁଛନ୍ତି କିଶୋର, ବର୍ଷକୁ ରୋଜଗାର ପ୍ରାୟ ୪୪ କୋଟି ଟଙ୍କା

ହାଇଦ୍ରାବାଦ: ପାଖରେ ଭଲ ଚାକିରି ଥିଲା, ମାସକୁ ଭଲ ଦରମା ବି ମିଳୁଥିଲା | କିନ୍ତୁ ଛୋଟବେଳୁ ଭାବିଥିବା ଏକ ଇଚ୍ଛା ପାଇଁ ଚାକିରି ଛାଡି ନିଜ ଦେଶକୁ ଫେରିଆସିଲେ ଓ ଏବେ ଗୋପାଳନ କରୁଛନ୍ତି | ଆଜି ଆମେ ଆପଣଙ୍କୁ ସଫ୍ଟୱେୟାର ଇଂଜିନିୟରରୁ ଜଣେ ସଫଳ ଗୋପାଳକଙ୍କ ବିଷୟରେ କହିବୁ ଯିଏ କି ବର୍ତ୍ତମାନ ବର୍ଷକୁ ପ୍ରାୟ ୪୪ କୋଟି ଟଙ୍କା ରୋଜଗାର କରୁଛନ୍ତି | ଇଞ୍ଜିନିୟର କିଶୋର ଇନ୍ଦୁକୁରି ଆଇଆଇଟି ଖଡ଼ଗପୁରରୁ ସ୍ନାତକ ହାସଲ କରିଥିଲେ ଏବଂ ପରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ | ଏହା ପରେ ସେ ପିଏଚଡି କରିବାକୁ ଆମେରିକା ଯାଇଥିଲେ |

ସେଠାରେ ତାଙ୍କର ଅଧ୍ୟୟନ ସମାପ୍ତ କରିବା ପରେ, ସେ ଆମେରିକାର ଏକ ବଡ କମ୍ପାନୀ(ଇଣ୍ଟେଲ) ରେ ଚାକିରି କରୁଥିଲେ | ମାସକୁ ଭଲ ଦରମା ପାଉଥିଲେ ବି ମନରେ କିଛି ଅସନ୍ତୋଷ ଥିଲା | ଆଉ ସେଥିପାଇଁ ହାଇଦ୍ରାବାଦ ଫେରିଆସିଥିଲେ | ଆଉ ଏଠାରେ ଗାଈ ପାଳନ କରିବାକୁ ସ୍ଥିର କରିଥିଲେ | ୨୦୧୨ ରେ ୨୦ଟି ଗାଈଙ୍କୁ ନେଇ ନିଜର ଦୁଗ୍ଧ ବ୍ୟବସାୟ ଆରମ୍ଭ କଲେ |

ସେ ଏବଂ ତାଙ୍କ ପରିବାର କ୍ଷୀର ସଂଗ୍ରହ କରି ସିଧାସଳଖ ଗ୍ରାହକଙ୍କ ଘରକୁ ପଠାଇଲେ। ଉନ୍ନତମାନର ଦୁଗ୍ଧ ସାଙ୍ଗକୁ ତାଙ୍କର ପରିଶ୍ରମ ଯୋଗୁଁ ମାତ୍ର ୬ ବର୍ଷ ମଧ୍ୟରେ ହାଇଦ୍ରାବାଦ ଏବଂ ଏହାର ଆଖପାଖରେ ପ୍ରାୟ ୬୦୦୦ରୁ ଅଧିକ ଗ୍ରାହକ ସୃଷ୍ଟି କରିପାରିଥିଲେ | ବର୍ତ୍ତମାନ ପ୍ରତିଦିନ ପ୍ରାୟ ୧୦୦୦୦ ଗ୍ରାହକଙ୍କୁ ଏବେ ତାଙ୍କ ଫାର୍ମ କ୍ଷୀର ଦେଉଥିବାବେଳେ ବାର୍ଷିକ ୪୪ କୋଟି ଟଙ୍କା ଆୟ କରୁଛନ୍ତି |

ସମ୍ବନ୍ଧିତ ଖବର