ସାଇକେଲ ଚୋର ମୁଣ୍ଡରେ ଭୁଷି ଦେଲା ଛୁରୀ, ଗୁରୁତର ଅବସ୍ଥାରେ ସାଇକେଲ ଚଳାଇ ଡାକ୍ତରଖାନାରେ ପହଞ୍ଚିଲେ ଯୁବକ, ତା’ପରେ…

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ ସହରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଏଠାରେ ରହୁଥିବା ୨୪ବର୍ଷୀୟ ଶନ୍‌ େଓ୍ଵନ୍‌ଙ୍କ ସାଇକେଲ ଚୋରି କରିବା ପାଇଁ ଦୁଇ ଜଣ ଯୁବକ ତାଙ୍କ ଘରେ ପହଞ୍ଚିଥିଲେ । ଏ ବିଷୟରେ ଜାଣି ଶନ୍‌ ଦୁହିଁଙ୍କୁ ଏପରି କରିବାକୁ ବିରୋଧ କରିବା ପରେ ଦୁଇ ଅଭିଯୁକ୍ତ ଶନ୍‌ଙ୍କ ମୁଣ୍ଡରେ ଛୁରୀ ଭୂଷି ଦେଇଥିଲେ । ଅଧିକ ରକ୍ତସ୍ରାବ ହେଉଥିବା ଦେଖି ଦୁଇ ଅଭିଯୁକ୍ତ ସେଠାରୁ ଫେରାର ହୋଇଯିବା ପରେ ନିଜ ସାଇକେଲ ଯୋଗେ ଡ଼ାକ୍ତରଖାନାରେ ପହଞ୍ଚିଥିଲେ ଶନ୍‌ । ଡାକ୍ତରଖାନାରେ ପହଞ୍ଚିବା ପରେ ଶନ୍‌ଙ୍କ ଅବସ୍ଥା ଦେଖି ଉପସ୍ଥିତ ଥିବା ଡାକ୍ତର ଏବଂ ନର୍ସ ହତବାକ୍‌ ହୋଇ ଯାଇଥିଲେ । ଡ଼ାକ୍ତର ଅଛନ୍ତି କି ନାହିଁ ପଚାରିବା ପରେ ତୁରନ୍ତ ଡ଼ାକ୍ତର େଓ୍ଵଣ୍ଟର ଆସି ଶନ୍‌ଙ୍କ ଚିକିତ୍ସା ଆରମ୍ଭ କରିଥିଲେ।

ଚିକିତ୍ସା କରୁଥିବା ଡ଼ାକ୍ତର େଓ୍ଵଣ୍ଟରଙ୍କ କହିବା ଅନୁଯାୟୀ,ଶନ୍‌ଙ୍କ ଖପୁରୀରେ ୬ ଇଞ୍ଚ ଗଭୀର ଯାଏଁ ଛୁରୀ ପଶିଥିଲା । କିନ୍ତୁ ସେ ଗୋଟେ କିଲୋମିଟର ସାଇକେଲ ଚଳାଇ ଡ଼ାକ୍ତରଖାନାରେ ପହଞ୍ଚି ନିଜର ଚିକିତ୍ସା କରାଇଥିଲେ । ଯାହା ସହଜରେ ବିଶ୍ୱାସ କରିବା କଷ୍ଟ । ଡ଼ାକ୍ତରଖାନାରେ କିଛି ଲୋକ ଶନ୍‌ଙ୍କ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଶନ୍‌ଙ୍କ ସାହାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର