ବର୍ତ୍ତମାନ ଗୋପାଳପୁର ଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ରହିଛି ତିତଲି
ଗୁରୁବାର ସକାଳ ୫.୩୦ରେ ସ୍ଥଳଭାଗ ଛୁଇଁବ ତିତଲି
ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି
ଜଳ ଭାଗରେ ଅଧିକ ସମୟ ରହିବା ଦ୍ୱାରା ଅଧିକ ଶକ୍ତି ସଂଗ୍ରହ କରି ଆହୁରି ଭୟଙ୍କର ହେଉଛି
ତିତ୍ଲି ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୬୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି
ସାମୁଦ୍ରିକ ଝଡ଼ ‘ତିତିଲି’ ଆଜି ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଅଭିମୁଖେ ଗତି କରୁଛି
ସମୁଦ୍ରରେ ୧ ମିଟର ଉଚ୍ଚତାରେ ଢ଼େଉ ଆସିବ
ଆଗାମୀ ୧୨ ତାରିଖ ଯାଏ ସମୁଦ୍ର ଭୟଙ୍କର ଭାବେ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି।
୪୮ ଘଣ୍ଟା ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।