ଏହି କୁଆଁରୀ ମାଙ୍କ କାହାଣୀ ପଢିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ

ପୁଣେ : ‘ମୁଁ ବାହା ହେବିନି ସତ କିନ୍ତୁ ମୋର ବି ଛୁଆଟିଏ ଦରକାର’ | କିଛି ଏଭଳି ଚିନ୍ତାଧାରା ନେଇ ୨୦୧୩ ମସିହାରେ ମହାରାଷ୍ଟ୍ର ପୁଣେର ଅମିତା ମରାଠେ ଶିଶୁ କନ୍ୟାକୁ ଆପଣେଇଥିଲେ | ଅମିତାଙ୍କ ଏହି ନିଷ୍ପତ୍ତିକୁ ପରିବାର ସଦସ୍ୟ ବି ସମର୍ଥନ କରିଥିଲେ | ତେବେ ଅମିତା ଜଣେ କର୍ମଜୀବି ମହିଳା ହୋଇଥିବାରୁ ବର୍ଷକର ଶିଶୁଟିଏ ଆପଣେଇବାକୁ ମନସ୍ଥ କରିଥିଲେ | କିନ୍ତୁ ଯେତେବେଳେ ସେ ଚାଇଲଡ ଆଡ଼ପସନ ସେଣ୍ଟରରେ ପହଂଚିଥିଲେ ସେତେବେଳେ ୫ ମାସର ଶିଶୁକନ୍ୟାକୁ ଆପଣେଇବାକୁ ଅମିତାଙ୍କୁ କୁହାଯାଇଥିଲା | ପ୍ରଥମେ ଅମିତା ଟିକେ ହଡ଼ବଡେ଼ଇ ଯାଇଥିଲେ ବି ପରେ କିନ୍ତୁ ଶିଶୁ କନ୍ୟାକୁ ଆପଣେଇଥିଲେ |

ସମସ୍ତ ପ୍ରକ୍ରିୟା ସରିବା ପରେ କୁନି ଝିଅଟିକୁ ଘରକୁ ନେଇ ଆସିଥିଲେ ଅମିତା | ଶିଶୁଟିର ନାମ ଦେଇଥିଲେ ‘ଅଦ୍ୱେତା’ | ପରେ ଜଣାପଡିଥିଲା ଯେ ଅଦ୍ୱେତାର ହୃତପିଣ୍ଡ ଜନିତ ସମସ୍ୟା ରହିଛି | ଯାହାକୁ ନେଇ ଅମିତା କିଭଳି ଶିଶୁକୁ ଆରୋଗ୍ୟ କରିବେ ସେ ନେଇ ଚିନ୍ତାରେ ପଡ଼ିଥିଲେ | ତେବେ ଝିଅକୁ ନେଇ ଚିକିତ୍ସା କରିବା ସମୟରେ ବାଧକ ସାଜିଥିଲା ଅଫିସ | ଏଥିପାଇଁ ଅମିତା ନିଜ ଚାକିରି ପ୍ରତି ଗୁରୁତ୍ୱ ନ ଦେଇ, ଝିଅର ଚିକିତ୍ସାରେ ଲାଗିପଡ଼ିଥିଲେ | ଅମିତାଙ୍କ ଏହି ପ୍ରୟାସ ଅଦ୍ୱେତାକୁ ନୂଆ ଜୀବନ ଦେଇଥିଲା | ଅଦ୍ୱେତା ସୁସ୍ଥ ହୋଇଥିବା ଦେଖି ଅମିତାଙ୍କ ଖୁସି କହିଲେ ନ ସରେ |

Photo-Betterindia

ଏବେ ଅଦ୍ୱେତା ନିଜର ଷଷ୍ଠ ଜନ୍ମଦିନ ପାଳନ କରିଛି | ତେବେ ଅଦ୍ୱେତା ଖୁବଶୀଘ୍ର ଆଉ ଏକ କୁନି ଭାଇ ବା ଭଉଣୀ ସ୍ୱାଗତ କରିବାକୁ ଯାଉଛି | ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁନି, ପ୍ରକୃତରେ ଅମିତା ଏବେ ଦ୍ଵିତୀୟ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି | କାରଣ ଅଦ୍ୱେତା ଏକୁଟିଆ ହୋଇଯାଉଥିବାରୁ ତା ସହ ଖେଳିବା ପାଇଁ ଆଉ ଏକ ଛୁଆକୁ ଗ୍ରହଣ କରିବାକୁ ଅମିତା ନିଷ୍ପତ୍ତି ନେଇଛନ୍ତି |

ସମ୍ବନ୍ଧିତ ଖବର