ଜାଣନ୍ତୁ କେମିତି ପରାସ୍ତ କରିବେ ଶତ୍ରୁକୁ! ଆପଣାନ୍ତୁ ଚାଣକ୍ୟନୀତି

ମଣିଷ ତା’ର ଶତ୍ରୁମାନଙ୍କୁ ଜାଣିଶୁଣି ତିଆରି କରି ନ ଥାଏ। ହେଲେ ବାସ୍ତବତା ହେଉଛି, ବହୁ ସମୟରେ ଶତ୍ରୁ ଆପଣଙ୍କ ବିନା ଅନୁମତିରେ ଆପଣଙ୍କ ଜୀବନକୁ ଆସି ଯାଇଥାନ୍ତି। ଆପଣଙ୍କ କାର୍ଯ୍ୟାଳୟ ହେଉ, ବ୍ୟବସାୟ କ୍ଷେତ୍ର ହେଉ ବା ଅଧ୍ୟୟନ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନରେ ମଧ୍ୟ ଶତ୍ରୁ ନିଶ୍ଚିତ ରୂପରେ ଆପଣଙ୍କ ଜୀବନକୁ ଆସିଯା’ନ୍ତି! ସେହି ଶତ୍ରୁ ନିକଟରୁ ନିଜକୁ ମୁକୁଲାଇବା ପାଇଁ ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରଦତ୍ତ କୌଶଳକୁ ଜୀବନରେ ଅବଲମ୍ବନ କରନ୍ତୁ ଓ ନିଜ ଶତ୍ରୁକୁ ପରାଜୟ କରନ୍ତୁ। ଦରକାର ପଡ଼ିଲେ ବେଳେବେଳେ ନିଜର ଅନିଚ୍ଛାସତ୍ତ୍ୱେ ମଧ୍ୟ ଶତ୍ରୁକୁ ସମ୍ମାନ ଦିଅନ୍ତୁ, ଯଦିଓ ଆପଣ ତାଙ୍କୁ ନିଜ ସାମ୍ନାରେ ଦେଖିବାକୁ ମଧ୍ୟ ପସନ୍ଦ ନ କରନ୍ତୁ! କାହିଁକିନା, ଏହା ଏକ ଏମିତି ଅଭ୍ୟାସ ଯାହା ଦ୍ୱାରା ଶତ୍ରୁ ନିକଟରୁ ବିଜୟ ହାସଲ ହୋଇ ପାରିବ। ସେହିପରି ଭାବରେ ଆସନ୍ତୁ ଜାଣିବା ଚାଣକ୍ୟ ନୀତି ଅନୁଯାୟୀ ଶତ୍ରୁକୁ ଜିଣିବାର ଉପାୟ….।

 

ନିଜର ଶତ୍ରୁ ପ୍ରତି ସର୍ବଦା ସତର୍କ ରହନ୍ତୁ।

 

ଶତ୍ରୁକୁ ସଠିକ୍‌ ବିଶ୍ଳେଷଣ କରନ୍ତୁ।

 

ନିଜର ଯୋଜନାକୁ ଅଭ୍ୟାସ ଏବଂ ପରୀକ୍ଷଣ କରି ଶତ୍ରୁ ଉପରେ ପ୍ରୟୋଗ କରନ୍ତୁ।

 

ଶତ୍ରୁକୁ ଆକ୍ରମଣ କରିବାକୁ ଯାଉଥିଲେ ଶାନ୍ତି ଅବଲମ୍ବନ କରନ୍ତୁ।

 

ଶତ୍ରୁକୁ ଘୃଣା ଦୃଷ୍ଟିରେ କେବେ ବି ଦେଖନ୍ତୁ ନାହିଁ।

 

ସମ୍ବନ୍ଧିତ ଖବର