ଗୁଗଲରୁ ୬୦ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ଅଫର ପାଇବା ପରେ ଗୁଗଲରେ ଚାକିରି କରିବାକୁ ଇଚ୍ଛା ରଖିଥିବା ଯୁବକ-ଯୁବତୀଙ୍କୁ ଏଭଳି ମନ୍ତ୍ର ଦେଲେ ଶ୍ୟାମ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗଲରେ ଚାକିରି କରିବାର ସ୍ୱପ୍ନ ସବୁ ଛାତ୍ର-ଛାତ୍ରୀଙ୍କର ରହିଥାଏ । ଏ ମଧ୍ୟରେ ଯଦି କାହାକୁ ଇଞ୍ଜିନିୟରିଂ ପାଠ ପଢ଼ା ସରୁ ସରୁ ଗୁଗଲରେ ୬୦ଲକ୍ଷ ଟଙ୍କାର ଚାକିରି ମିଳି ଯାଉଛି, ତେବେ ତା’ଠାରୁ ବଡ଼ ଖୁସିର ଖବର ଆଉ କିଛି ନୁହେଁ । କିଛି ସେଭଳି ଘଟିଛି ଆଇଆଇଟି ବେଙ୍ଗାଲୁରୁରେ ଇଞ୍ଜିନିୟରିଂ ପାଠ ପଢ଼ୁଥିବା କେବି ଶ୍ୟାମଙ୍କ ସହ । ଶ୍ୟାମଙ୍କ ପାଠ ପଢ଼ା ସରୁ ସରୁ ତାଙ୍କୁ ଗୁଗଲ ଚାକିରିର ଅଫର ଦେଇଛି । ୬୦ଲକ୍ଷର ପ୍ୟାକେଜ ରହିଥିବା ବେଳେ ସେ ଅକ୍ଟୋବର ୨୦୧୯ରେ ପୋଲାଣ୍ଡସ୍ଥିତ ଅଫିସରେ ଯାଇ ଯୋଗ ଦେବେ ବୋଲି ଜଣା ପଡ଼ିଛି ।

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ଶ୍ୟାମ କହିଛନ୍ତି କି, ମୁଁ ଗୁଗଲ କ୍ଲାଉଡ୍‌ ପାଇଁ କାମ କରିବି । ଯେଉଁ ଛାତ୍ର-ଛାତ୍ରୀମାନେ ଗୁଗଲରେ ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ପ୍ରୋଗ୍ରାମିଂ ପ୍ରତିଯୋଗିତାରେ ଭାଗ ନିଅନ୍ତୁ । ଏଭଳି କରିବା ଦ୍ୱାରା ଗୁଗଲରେ ଇଣ୍ଟରଭିଉ ଦେବାକୁ ସେମାନଙ୍କ ପାଇଁ ସହଜ ହେବ । ମୁଁ ମଧ୍ୟ ଅନେକ ପ୍ରୋଗ୍ରାମିଂ ପ୍ରତିଯୋଗିତାରେ ଭାଗ ନେଇ ଆସିଛି । ଯାହା ଦ୍ୱାରା ଗୁଗଲ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ମୋ ପାଇଁ ସହଜ ହୋଇଥିଲା ବୋଲି କହିଛନ୍ତି ଶ୍ୟାମ ।

ସମ୍ବନ୍ଧିତ ଖବର