କିଏ ଏହି କୁବେର ବେପାରୀ? କେମିତି ଟଙ୍କାର ପାହାଡ଼ ତିଆରି କଲେ ପୀୟୂଷ ଜୈନ?

ନୂଆଦିଲ୍ଲୀ: ପୀୟୁଷ ଜୈନ, ଉତ୍ତରପ୍ରଦେଶର ଅତର ବ୍ୟବସାୟୀ । ଏ ନାଁ ଏବେ ଭାରତରେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଗତ କିଛି ଦିନ ତଳେ ଏ ନାଁ ସହିତ ୟୁପି ଏବଂ ମୁମ୍ୱାଇର କିଛି ଅଞ୍ଚଳ କେବଳ ପରିଚିତ ଥିଲା । ହେଲେ ଏବେ ଏ ବ୍ୟକ୍ତିଙ୍କୁ ଜାଣିଲାଣି ସାରାଦେଶ । ସମସ୍ତେ ଏହି କୋଟିପତି କୁବେରଙ୍କ ସମ୍ପର୍କରେ ଜାଣିବା ପାଇଁ ଉତ୍ସାହ ବି ଦେଖାଉଛନ୍ତି । କାରଣ ଏ କେବଳ ଜଣେ ବ୍ୟବସାୟୀ ନୁହଁନ୍ତି, ଏ ହେଉଛନ୍ତି ଜଣେ କଳାଧନର କୁବେର, ଯାହାଙ୍କର ବଙ୍ଗଳାରୁ ମିଳିଛି ୨ଶହ କୋଟିରୁ ଅଧିକ ନଗଦ ଟଙ୍କା । ଏତେ ଟଙ୍କା ଜବତ ହୋଇଥିଲା ଯେ, ଏହାକୁ ଗଣିବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ସହାୟତା ଦରକାର ପଡିଥିଲା ।

କିଏ ଏହି ପୀୟୁଷ ଜୈନ ? ଉତ୍ତରପ୍ରଦେଶର ଏହି ବ୍ୟବସାୟୀ, ପ୍ରଥମେ ସାବୁନ ଫ୍ୟାକ୍ଟ୍ରି ଖୋଲି ନିଜ ବ୍ୟବସାୟ ଆରମ୍ଭ କରିଥିଲେ । କାନପୁର ବିଶ୍ୱ ବିଦ୍ୟାଳୟରୁ ଏମଏସି କରିଥିବା ପିୟୁଷ ଜୈନଙ୍କ ବାପା କୈଳାଶ ଚନ୍ଦ୍ର ଜୈନ କନ୍ନୌଜରେ କପଡା ବ୍ୟବସାୟ କରୁଥିଲେ । ତେବେ ପୀୟୁଷ ବାପାଙ୍କ ବେପାରରୁ ବାହାରି ମୁମ୍ବାଇର ଏକ ଡିଟରଜେଂଟ୍ ଫ୍ୟାକ୍ଟ୍ରିରେ କାମ କରିବା ଆରମ୍ଭ କଲେ । ସାବୁନ ଫ୍ୟାକ୍ଟ୍ରିରେ କାମ କରିବା ଭିତରେ କେମିକାଲ କମ୍ପାଉଣ୍ଡ ବ୍ୟବସାୟ ବିଷୟରେ ସୂଚନା ମିଳିଲା ।

ନିଜେ କେମେଷ୍ଟ୍ରିର ଜଣେ ଭଲ ଛାତ୍ର ହୋଇଥିବାରୁ କେମିକାଲ କମ୍ପାଉଣ୍ଡ ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କଲେ ପୀୟୁଷ । ଏହାପରେ କନ୍ନୌଜ ଫେରି ଓଡୋକେମ୍ କେମିକାଲ ନାମରେ ପ୍ରଥମେ ନିଜ କମ୍ପାନି ଆରମ୍ଭ କରିଥିଲେ, ଯାହା ଅତର ପ୍ରସ୍ତୁତ କରେ । ଧିରେ ଧିରେ ସେ ନିଜ ବ୍ୟବସାୟ ବଢାଇ ଚାଲିଲେ । ଆଉ କାନପୁରରେ କିଛି ଏପରି ନିଜ ସାମ୍ରାଜ୍ୟ ବଢାଇଲେ ।
UP: 284 crores seized from perfume merchant Piyush Jain, ED may file money  laundering case

କିଏ ଏହି ପୀୟୁଷ ଜୈନ ?
-କନୌଜର ବିଶିଷ୍ଟ ଅତର ବ୍ୟବସାୟୀ
-କାନପୁରରେ ରହିଛି ବଙ୍ଗଳା ଏବଂ ଅତର ବ୍ୟବସାୟ
-କାନପୁରରେ ଅଛି ଶିଖର ପାନ ମସଲା ଫ୍ୟାକ୍ଟ୍ରି
-ଅତର କାରଖାନା, କୋଲ୍ଟ ଷ୍ଟୋରେଜ, ପେଟ୍ରୋଲ ପମ୍ପ ମାଲିକ
-ପୀୟୁଷ ଜୈନଙ୍କ ନାଁରେ ଅଛି ପ୍ରାୟ ୪୦ଟି କମ୍ପାନି
-ମୁମ୍ୱାଇରୁ ଦେଶ ବିଦେଶରୁ ରପ୍ତାନୀ ହୋଇଥାଏ ଅତର

କେମିକାଲ କମ୍ପାଉଣ୍ଡ ବେପାରରୁ ଭଲ ଲାଭ ମିଳିବା ପରେ କାନପୁରରେ ପାନମସଲା ବ୍ୟବସାୟ ଆରମ୍ଭ କଲେ । ଆଉ ଧିରେ ଧିରେ ୪୦ଟି କମ୍ପାନିର ମାଲିକ ହୋଇଗଲେ ପୀୟୁଷ ଜେନ୍ ।

ହେଳେ ଟିକସ ଫାଙ୍କି ଫସିଗଲେ ପୀୟୁଷ । ସାମ୍ନାକୁ ଆସିଲା କଳାଧନର ସାମ୍ରାଜ୍ୟ । କଥାରେ ଅଛି ଚୋର ଘର ସବୁଦିନ ଅନ୍ଧାର ନଥାଏ । ଅଭିଯୋଗ ଆସିଥିଲା ପୀୟୁଷ ଜୈନ ଟିକସ ଫାଙ୍କିଛନ୍ତି । ପ୍ରାୟ ୩ କୋଟିରୁ ଅଧିକ ଟଙ୍କାର ଆୟକର ଏବଂ ଜିଏସଟି ଫାଙ୍କିଛନ୍ତି । ମାତ୍ର ଚଢାଉ ପରେ ପୀୟୁଷ ଜୈନଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା । ବିଦେଶରେ ଚାଲିଥିବା କାରବାରରେ ସେ ଉପାର୍ଜନ କରୁଥିଲେ କୋଟି କୋଟି ଟଙ୍କାର କଳାଧନ । ଦେଶରେ ଟିକସ ଫାଙ୍କି ହାତେଇଥିଲେ ବହୁତ ବଡ ରାଶି । ହେଲେ ଶେଷରେ ଆଇନ ଜାଲରେ ଛନ୍ଦି ହୋଇପଡ଼ିଲେ ପୀୟୁଷ । ମଙ୍ଗଳବାର ପୀୟୁଷ ଜୈନଙ୍କୁ ଗିରଫ କରାଯାଇ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଆଉ ତାଙ୍କୁ ନେଇ ଆଗକୁ ତଦନ୍ତ ଜାରି ରହିବ ।

ସମ୍ବନ୍ଧିତ ଖବର