ଏହି ପରିସ୍ଥିତିରେ ମହିଳାଙ୍କଠାରୁ ପୁରୁଷମାନେ ଅଧିକ ଲଜ୍ଜାଶୀଳ

ମହିଳାମାନଙ୍କୁ ସ୍ୱଭାବତ ଲାଜକୁଳା ଏବଂ ସଂଙ୍କୋଚଶୀଳା କୁହାଯାଇଥାଏ । ତେବେ ଆପଣ ଜାଣିଛନ୍ତି କି ଏପରି କିଛି ପରିସ୍ଥିତି ଅଛି ଯେଉଁଠାରେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଙ୍କୋଚ ଅନୁଭବ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥଳରେ ପୁରୁଷ ସଙ୍କୋଚ ଅନୁଭବ କରିବା ସହ ଲଜ୍ଜାଶୀଳ ହୋଇଥାନ୍ତି ।

couple-and-happy-1

ପ୍ରପୋଜ ବା ପ୍ରେମ ନିବେଦନ ସମୟରେ ପୁରୁଷମାନେ ଅଧିକ ସଙ୍କୋଚ ଅନୁଭବ କରିଥାନ୍ତି । ପ୍ରେମିକାକୁ ମନର କଥା କହିବା ସମୟରେ ତାଙ୍କର ହୃଦ ସ୍ପନ୍ଦନ ଜୋର ହୋଇଯାଇଥାଏ । ତେବେ ଏହି ସମୟରେ ମହିଳାମାନେ ବହୁତ ଶାନ୍ତ ଦେଖାଯାଇଥାନ୍ତି। ମହିଳାମାନଙ୍କୁ ତାଙ୍କ ପ୍ରେମିକଙ୍କୁ କିଛି କଥା କହିବା ପୂର୍ବରୁ କିଛି ସଙ୍କୋଚ ବା ଲାଜ ଅନୁଭବ ହୋଇ ନ ଥାଏ ।

The Daily

ପୁରୁଷମାନେ ସର୍ବଦା ସେତେବେଳେ ସଙ୍କୋଚ ଅନୁଭବ କରିଥାନ୍ତି ଯେତେବେଳେ ସେ ତାଙ୍କ ପ୍ରେମିକାଠାରୁ କିଛି କଥା ଲୁଚାଇଥାନ୍ତି । ମିଛ କହିଥିବାରୁ ତାଙ୍କ ମନରେ ସବୁବେଳେ ଧରାପଡ଼ିବାର ଭୟ ରହିଥାଏ । କୌଣସି ସ୍ଥାନକୁ ବୁଲିବା ପାଇଁ ଯିବାବେଳେ ମହିଳାମାନେ ସାଧାରଣତଃ ଅଧିକ ସମୟ ଲଗାଇଥାନ୍ତି ବୋଲି କୁହାଯାଇଥାଏ। କିନ୍ତୁ ପ୍ରକୃତରେ ମହିଳାମାନଙ୍କ ଠାରୁ ଅଧିକ ପୁରୁଷମାନେ ନିଜ ପୋଷାକକୁ ନେଇ ଅଧିକ ସଙ୍କୋଚ ପ୍ରକାଶ କରିଥାନ୍ତି । ପୁରୁଷମାନେ ଭଲ ଦେଖାଯାଉଛନ୍ତି କି ନାହିଁ ତାହା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି ।

ସମ୍ବନ୍ଧିତ ଖବର