ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ଆତ୍ମା ଅମର। ଆତ୍ମା କେବେ ମରେ ନାହିଁ। ଭଗବଦ୍ ଗୀତା କହେ, ମଣିଷ ପୋଷାକ ବଦଳାଇବା ପରି ଆତ୍ମା ବି ପୋଷାକ ବଦଳାଏ। ଗୋଟିଏ ଶରୀର ଛାଡ଼ିଲେ ଆଉ ଏକ ଶରୀର ଧାରଣ କରେ। ମାତ୍ର ଆତ୍ମା ଘଟ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ପୂର୍ବଜନ୍ମର ସ୍କରଣ ଶକ୍ତ ଲୋପ ପାଇଯାଏ। ମାତ୍ର ଏ ସଂପର୍କରେ ଜଣେ ପ୍ରସିଦ୍ଧ ମାନସିକ ବିଷେଶଜ୍ଞ ଏକ ବିଶେଷ ମତ ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ଜନ୍ମ ସଂପର୍କରେ ଅଳ୍ପ ବହୁତ ଏ ଜନ୍ମରେ ବି ଜାଣିହେବ। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା।
/sambad/media/post_attachments/wp-content/uploads/2018/01/astral-projection-ghosts-e1484362568111-300x180.jpeg)
ପରିବାର ଲୋକଙ୍କ ପ୍ରତି ସ୍ନେହ ରହିବା ଏକ ସ୍ୱଭାବିକ କଥା। ମାତ୍ର ବେଳେ ବେଳେ ବାହାର ଲୋକଟିଏ ହେଲେ ବି କାହା ପ୍ରତି ଆପଣଙ୍କ ମନରେ ଅନାବିଳ ସ୍ନେହ ଆସିଥିବାର ଆପଣ ହୁଏତ ଅନୁଭବ କରିଥିବେ। ତାହା ଏଇଆ ସୂଚାଉଛି ଯେ ସେ ବ୍ୟକ୍ତିଙ୍କ ସହ ଆପଣଙ୍କର ପୂର୍ବଜନ୍ମର କିଛି ନା କିଛି ସଂଯୋଗ ରହିଛି।
/sambad/media/post_attachments/wp-content/uploads/2018/01/human-soul-haven-300x199.jpg)
ଅଧିକାଂଶ ସମୟରେ ଏମିତି ହୁଏ। ଆମ ଜୀବନରେ ଏମିତି କେହି ଜଣେ ଥାଆନ୍ତି ଯାହାଙ୍କ ସହ ବହୁ ବାଦବିବାଦ ହେବା ପରେ ବି ଆମେ ତାଙ୍କୁ କ୍ଷମା କରିଥାଉ। ଅନେକ ଗଣ୍ଡଗୋଳ ସତ୍ତ୍ୱେ ବି କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ରାଗ ଛାଡ଼ି ସେ ବ୍ୟକ୍ତିଙ୍କୁ ପୁଣି ଶ୍ରଦ୍ଧା କରି ବସୁ। ତାହା ବି ପୂର୍ବଜନ୍ମର ସଂଯୋଗର ସୂଚନା।
/sambad/media/post_attachments/wp-content/uploads/2018/01/becfcd69-87cb-4bcf-9d36-d64e7888d66c_560_420-300x178.jpg)
କେବଳ ବ୍ୟକ୍ତି ନୁହଁନ୍ତି, କୌଣସି ବି ଜିନିଷ ପ୍ରତି ଆପଣଙ୍କ ଅତ୍ୟଧିକ ଆକର୍ଷଣ ପୂର୍ବଜନ୍ମ ହେତୁ ହୋଇଥାଏ। କେହି କେହି ଗୀତ ପ୍ରତି ତ କେହି ଖେଳ ତ ପୁଣି କେହି ସାହିତ୍ୟ ପ୍ରତି ଅହେତୁକ ଆକର୍ଷଣ ଦେଖାଇଥାଆନ୍ତି। ମନେରଖନ୍ତୁ ଏହା ଗୋଟାଏ ଜନ୍ମର କଥା ନୁହେଁ। ଏମିତି ହୋଇପାରେ ଏ ଜନ୍ମରେ ଆପଣଙ୍କୁ ଭଲ ଲାଗୁଥିବା କଥା ପୂର୍ବ ଜନ୍ମରେ ଆପଣଙ୍କ ସହ ଯୋଡ଼ି ହୋଇଥିଲା କିମ୍ବା ଆପଣ ହାସଲ କରିବାକୁ ଚାହିଁ ମଧ୍ୟ ଅଧାରେ ରହିଯାଇଥିଲା, ଯାହା ଏ ଜନ୍ମରେ ଆପଣଙ୍କୁ ବିବ୍ରତ କରିପକାଉଛି।
/sambad/media/post_attachments/wp-content/uploads/2018/01/nintchdbpict000347494204-300x200.jpg)
ଏମିତି ବି ଆପଣ କେବେ ଅନୁଭବ କରିଥିବେ ଯେ କେହି କେହି ଥାଆନ୍ତି ଯାହାଙ୍କୁ ଦେଖି ଦେଲେ ମନ ଖରାପ ହୋଇଯାଏ। ସେ ଆପଣଙ୍କର କିଛି କ୍ଷତି ନକଲେ ବି ଆପଣ ତାଙ୍କୁ ବରଦାସ୍ତ କରିପାରୁନଥିବେ। ସେପରି ହେଉଥିଲେ ନିଶ୍ଚିତ ହୁଅନ୍ତୁ ଯେ ସେ ବ୍ୟକ୍ତିଙ୍କ ସହ ଆପଣଙ୍କର ପୂର୍ବଜନ୍ମର ସଂପର୍କ ଏତେଟା ଭଲ ନଥିଲା।
/sambad/media/post_attachments/wp-content/uploads/2018/01/df9b1f3258731cb0c61fec3ccaa7b2a6-300x169.jpg)
ବେଳେ ବେଳେ କୌଣସି ଏକ ଅଚିହ୍ନା ସ୍ଥାନ, ଅଚିହ୍ନା ବ୍ୟକ୍ତି ବାରମ୍ବାର ସ୍ୱପ୍ନରେ ଆସନ୍ତି। ତାହା ବି ପୂର୍ବଜନ୍ମର ସଂଯୋଗ।
/sambad/media/post_attachments/wp-content/uploads/2018/01/re-8_2014_12_10_162425-300x222.jpg)
ଆଉ ପୁଣି କେଳେ କୌଣସି ଅଚିହ୍ନା ଲୋକ ବିନା କୌଣସି ପ୍ରାପ୍ୟର ଆଶା ରଖି ସାହାଯ୍ୟ ପାଇଁ ଧାଇଁ ଆସିଥାନ୍ତି। ଏମିତି ସମସ୍ତେ କରିପାରନ୍ତି ନାହିଁ। କେବଳ ସେଇମାନେ ହିଁ ଆପଣଙ୍କ ସହାଯ୍ୟ କରିବାକୁ ଆକୃଷ୍ଟ ହୁଅନ୍ତି ଯାହାଙ୍କ ସହ କିଛି ନା କିଛି ପୂର୍ବଜନ୍ମର ସଂଯୋଗ ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/e94263962e5ed8d0edb4c46061d6bd5d.jpg)