ବଜାରରେ ଘୁରି ବୁଲୁଥିବା ୫୦ ଟଙ୍କିଆ ନୋଟ୍‌ ଆସଲି ନା ନକଲି କିଭଳି ଚିହ୍ନିବେ ଆସନ୍ତୁ ଜାଣିବା

ଏବେ ବଜାରରେ ଘୁରି ବୁଲୁଛି ବହୁ ମାତ୍ରାରେ ୫୦ ଟଙ୍କିଆ ନକଲି ନୋଟ୍‌। ଯାହା ଦେଖିବାକୁ ଅବିକଳ ଅସଲି ନୋଟ ଭଳି। ଏଥିପ୍ରତି ସାବଧାନ୍‌ ରୁହନ୍ତୁ। ତେବେ ଏହି ନକଲି ନୋଟଗୁଡିକ କୌଣସି ମେସିନରେ ଛପାଯାଇଥିବା ନୋଟ ନୁହେଁ ବରଂ ତାକୁ ସ୍କାନ କରି ତିଆରି କରାଯାଇଛି । ଯଦି ଆପଣ ଟିକିଏ ନିରିଖେଇ ଦେଖିବେ ତେବେ ଅସଲି ଓ ନକଲି ମଧ୍ୟରେ ଫରକ କଣ ବୁଝିପାରିବେ ।

ସେପଟେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏସଂକ୍ରାନ୍ତରେ ସମସ୍ତ ଶାଖାଗୁଡିକୁ ସତର୍କ କରାଯାଇଛି । ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି କି, ପ୍ରତିଟି ନୋଟକୁ ଅତି ସାବଧାନତାର ସହ ଯାଞ୍ଚ୍‌ କରି ଗ୍ରହଣ କରିବାକୁ ।

ଅସଲି-ନକଲି ମଧ୍ୟରେ ଫରକ
ଅସଲି ଏବଂ ନକଲି ନୋଟର କାଗଜରେ ବହୁତ ଫରକ ରହିଛି । ଅସଲି ନୋଟରେ ଚାନ୍ଦି ଭଳି ଚମକୁଥିବା ଲାଇନଗୁଡିକ ନଜର ଆସିଥାଏ, ମାତ୍ର ନକଲି ନୋଟରେ ତାହା ଫଟୋକପି ଭଳି ନଜର ଆସିଥାଏ। ତେବେ ପ୍ରକୃତ କଥା ହେଲା କି, ନକଲି ନୋଟ୍ ହେଉଛି ଅସଲି ନୋଟର ଏକ ଫଟୋକପି। ଯାହାକୁ ଦଲାଲମାନେ ସ୍କାନ କରି ତିଆରି କରିଥାନ୍ତି।

ସମ୍ବନ୍ଧିତ ଖବର