ରୁମ୍‌ ହିଟର୍‌ ବ୍ୟବହାର ଅତି ଭୟାବହ! ଏଥର ଶୀତରେ ଆପଣ ରୁମ୍‌ ହିଟର୍‌ ବ୍ୟବହାର କରୁ ନାହାନ୍ତି ତ?

ଥଣ୍ଡା ବଢ଼ିଲେ ଇଲେକ୍ଟ୍ରିକ୍‌ ହିଟର୍‌ ଲୋଡ଼ା ହୋଇଥାଏ। ଉଷୁମ ପାଇବାକୁ ବହୁ ଲୋକେ ଏହାକୁ ବ୍ୟବହାର କରନ୍ତି। ହିଟର୍‌ ଆପଣଙ୍କୁ ଥଣ୍ଡାରୁ ସୁରକ୍ଷା ଦେଇ ପାରେ ସତ, କିନ୍ତୁ ଆପଣ ଏହାର ପାର୍ଶ୍ୱ-ପ୍ରତିକ୍ରିୟା ଜାଣନ୍ତି କି?

 

ରୁମ୍‌-ହିଟର୍‌ ବ୍ୟବହାର ଯୋଗୁଁ ଏହି ସବୁ ସମସ୍ୟା ଉପୁଜି ପାରେ:
ହିଟର୍‌ କୋଠରିରୁ ଆର୍ଦ୍ରତା ଶୋଷି ନିଏ।
ଆଖି ଶୁଷ୍କ ହୋଇ ଯାଇ ଦୃଷ୍ଟି ଜନିତ ସମସ୍ୟା ଦେଖା ଦେଇ ପାରେ।
ଚର୍ମ ଶୁଷ୍କ ହୋଇ ଫାଟିବା ସହ କ୍ଷତାକ୍ତ ହୋଇଯାଏ।
ଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହୋଇପାରେ, ଥିଲେ ବଢ଼ି ଯାଇ ପାରେ।
ନାକ ଭିତର ଶୁଖିଯାଇ ରକ୍ତ ପଡ଼ି ପାରେ।

 

କେମିତି ରକ୍ଷା ଏହି ସବୁ ସମସ୍ୟାରୁ
ଉଷୁମ ପାଣି ପିଅନ୍ତୁ।
ଘରର ଅଲଗା-ଅଲଗା ସ୍ଥାନରେ ପାଣି ଭରି ରଖନ୍ତୁ।
ବରାବର ଚା’, କଫି କିମ୍ବା ସୁପ୍‌ ଆଦି ଉଷୁମ ତରଳ ପଦାର୍ଥ ପିଅନ୍ତୁ।
ପ୍ରାକୃତିକ ମଶ୍ଚରାଜର୍‌ ବ୍ୟବହାର କରନ୍ତୁ।

 

ସମ୍ବନ୍ଧିତ ଖବର