ଯଦି ଆପଣ ନିଜ ସ୍ମାର୍ଟ୍ଫୋନ୍ର ପ୍ୟାଟେର୍ନ୍ ଲକ୍ ଭୁଲିଯାଇଛନ୍ତି ବା କେବେ ଭୁଯାଉଛନ୍ତି ତା’ହେଲେ ଏହି ଟ୍ରିକ୍ ସାହାଯ୍ୟରେ ପୁଣି ତା’କୁ ଅନ୍ଲକ୍ କରିପାରିବେ। କିନ୍ତୁ, ଏଥିପାଇଁ ଆପଣଙ୍କ ସ୍ମାର୍ଟ୍ଫୋନ୍ରେ ଆଣ୍ଡ୍ରଏଡ୍ ଡିଭାଇସ୍ ମ୍ୟାନେଜର୍ ରହିଥିବା ଜରୁରୀ, ତାହା ପୁଣି ଫୋନ୍ ଲକ୍ ହେବା ଆଗରୁ। ଯେତେବେଳେ ଆପଣ ନୂଆ ଫୋନ୍କୁ ରେଜିଷ୍ଟ୍ରେସନ୍ କରନ୍ତି ନିଜ ଜିମେଲ୍ ଆକାଉଣ୍ଟ୍ ସହ ବା ଅନ୍ୟ ମୁହୂର୍ତ୍ତରେ ଜିମେଲ୍ ସହ ଜୋଡ଼ନ୍ତି ଏହି ପିଚର୍ ଅଟୋମେଟିକ୍ ଆକ୍ଟିଭ୍ ହୋଇଯାଏ। ଜାଣନ୍ତୁ, କେମିତି କରିବେ ଲକ୍ ହୋଇଯାଇଥିବା ସ୍ମାଟ୍ର୍ଫୋନ୍କୁ ପୁଣି ଅନ୍ଲକ୍....
କମ୍ପ୍ୟୁଟର ବା ମୋବାଇଲ୍ ଫୋନ୍ର ଇଣ୍ଟର୍ନେଟ୍ ବ୍ରାଉଜର୍ରେ google.com/android/devicemanager େଓ୍ଵବ୍ପେଜ୍ ଖୋଲନ୍ତୁ। (ଏହି ପ୍ରୋସେସ୍ ସମସ୍ତ ସ୍ମାର୍ଟ୍ଫୋନ୍ରେ କାମ କରେ ନାହିଁ)
ଏବେ ଜି-ମେଲ୍ ଆଇଡି କୁ ଲଗ୍ଇନ୍ କରନ୍ତୁ। ଫୋନ୍ରେ ଦେଇଥିବା ଆଇଡି ଏଥିରେ ଦିଅନ୍ତୁ। ନୂଆ ପେଜ୍ ଆସିବ ଯେଉଁଥିରେ ଫୋନ୍ ଲୋକେସନ୍ ସହିତ Play Sound, Lock ଓ ERASE ର ଅପ୍ସନ୍ ଥିବ।
ଲକ୍ ଉପରେ କ୍ଲିକ୍ କରନ୍ତୁ। ଖୋଲିଥିବା ଓ୍ଵିଣ୍ଡୋରେ ଏକ ଟେମ୍ପୋରାରୀ ପାସ୍ଓ୍ଵଡ୍ର୍ ଦିଅନ୍ତୁ। ଯଦି ଚାହିଁଲେ ରିକଭରି ମ୍ୟାସେଜ୍ ଓ ଫୋନ୍ ନମ୍ବର ମଧ୍ୟ ଦେଇ ପାରିବେ।
ଏହି ପ୍ରୋସେସ୍ ସଫଳ ହେଲାପରେ Play Sound, Lock ଓ ERASE ଅପ୍ସନ୍ର ତଳେ ଥିବା ବକ୍ସ୍ରେ ଏକ ମ୍ୟାସେଜ୍ ଦେଖାଯିବ।
ଫୋନ୍ରେ ଏକ ପାସ୍ଓ୍ଵଡ୍ର୍ ଫିଲ୍ଡ୍ ଦେଖାଯିବ। ବର୍ତ୍ତମାନ ତିଆରି ହୋଇଥିବା ଟେମ୍ପୋରାରୀ ପାସ୍ଓ୍ଵଡ୍ର୍ ଏଥିରେ ଦିଅନ୍ତୁ। ଆପଣଙ୍କ ଫୋନ୍ ଏବେ ଅନ୍ଲାଇନ୍ ହୋଇଯିବ। ଏବେ ଫୋନ୍ ସେଟିଙ୍ଗ୍ସ୍କୁ ଯାଇ ଲକ୍ ସ୍କ୍ରିନ୍ ସେଟିଙ୍ଗ୍କୁ ଯାଆନ୍ତୁ ଓ ଟେମ୍ପୋରାରୀ ପାସ୍ଓ୍ଵଡ୍ର୍କୁ ଯାଇ ଡିସେବଲ୍ କରନ୍ତୁ।