ସିମ୍‌ ପଛପଟେ ଲେଖା ଥିବା ୧୯ ଡିଜିଟ୍‌ ନମ୍ବରରେ କି ରହସ୍ୟ ଲୁଚି ରହିଛି? ଜାଣନ୍ତି କି?

ଆପଣଙ୍କ ସିମ୍‌ ପଛପଟେ ଥିବା ୧୯ ଡିଜିଟ୍‌ ନମ୍ବରର ଅର୍ଥ କ’ଣ ଓ ଏହାର ବ୍ୟବହାର କ’ଣ, ସେ ସଂପର୍କରେ ଆପଣ ଅବଗତ କି ? ଏହି ୧୯ ଡିଜିଟ୍‌ ନମ୍ବରରେ ଆପଣଙ୍କ ବହୁତ ତଥ୍ୟ ଲୁଚି ରହିଥାଏ। ଏଥିରେ ଆପଣଙ୍କ ମୋବାଇଲ ନମ୍ବରରୁ ନେଇ ଟେଲିକମ୍‌ ଅପରେଟରଙ୍କ ପର୍ଯ୍ୟନ୍ତ ଜରୁରୀ ତଥ୍ୟ ରହିଥାଏ। ଟେଲିକମ୍‌ ଅପରେଟରଙ୍କଠୁ ମିଳିଥିବା ଏହି ତଥ୍ୟ ବିଷୟରେ ଜାଣନ୍ତୁ।

 

ଏହାକୁ ITU (ଇଣ୍ଟର୍‌ନ୍ୟାସନାଲ୍‌ ଟେଲିକମ୍‌ ୟୁନିୟନ୍‌) ନିର୍ଣ୍ଣୟ କରିଥାଏ। ଏହା ଏକ ବିଶ୍ୱସ୍ତରୀୟ ସଂସ୍ଥା ଅଟେ।

ଏହାକୁ MCC (ମୋବାଇଲ୍‌ କଣ୍ଟ୍ରି କୋଡ୍‌) କୁହାଯାଏ। ଏହା ଭିନ୍ନ ଭିନ୍ନ ଦେଶରେ ଅଲଗା-ଅଲଗା ହୋଇଥାଏ। ଯେମିତିକି ଭାରତର କଣ୍ଟ୍ରି କୋଡ୍‌ ହେଉଛି ‘୯୧’।

ଏହାକୁ ଟେଲିକମ୍‌ ଇଣ୍ଡଷ୍ଟ୍ରି ଜାରି କରିଥାଏ। ପ୍ରତ୍ୟେକ ରାଜ୍ୟର ଇସ୍ୟୁଅର୍‌ ନମ୍ବର ଅଲଗା ଥାଏ।

ଏହାକୁ କଷ୍ଟମର୍‌ ଆଇଡେଣ୍ଟିଟି ନମ୍ବର ମଧ୍ୟ କୁହାଯାଏ। ଏହି ନମ୍ବର ହିଁ ଟେଲିକମ୍‌ କମ୍ପାନି ପରେ ମୋବାଇଲ୍‌ ନମ୍ବରକୁ ଚଢ଼ାଇଥାଏ। ଏଥିରେ ଆପଣଙ୍କ ମୋବାଇଲ୍‌ ନମ୍ବରର ରେକର୍ଡ ରଖାଯାଏ।

ଏହା ଆରମ୍ଭ ହେଉଥିବା ୧୮ଟି ନମ୍ବରକୁ କାଲ୍‌କୁଲେଟ୍‌ କରି ତିଆରି ହୋଇଥାଏ।

U ର ଅର୍ଥ ହେଉଛି ୟୁନିଭର୍ସାଲ, ଏହାର ଅର୍ଥ ଏହି ସିମ୍‌ 2Gରୁ 4G ନେଟ୍‌ଓ୍ଵର୍କ୍‌ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାରେ କାମ କରିଥାଏ। ଯେଉଁ ସିମ୍‌ ସମସ୍ତ ନେଟ୍‌ଓ୍ଵର୍କ୍‌ରେ କାମ କରି ନ ଥାଏ ସେଥିରେ H ଲେଖା ହୋଇଥାଏ।

Courtesy: DainikBhaskar
ସମ୍ବନ୍ଧିତ ଖବର