ନୂଆଦିଲ୍ଲୀ: ଭାରତର ଦମଦାର ବିଜୟ ପରେ ରୋହିତ ଶର୍ମାଙ୍କୁ ନେଇ ସବୁଠି ଚର୍ଚ୍ଚା । ଫାଇନାଲ ମ୍ୟାଚର ହିରୋ ସାଜିଥିବା ରୋହିତଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । କାରଣ ୮୩ ବଲରେ ୭୬ ରନ କରି ଭାରତକୁ ବିଜୟର ଦ୍ବାରଦେଶକୁ ନେଇ ମହାବିଜୟର ସ୍ବାଦ ଚଖାଇଥିବା ମହାନାୟକ ହେଉଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । କାଲିର ମ୍ୟାଚ୍ ଏବଂ ତାଙ୍କ ପ୍ରଦର୍ଶନକୁ ନେଇ ତ ସେ ଚର୍ଚ୍ଚାରେ ରହିଛନ୍ତି ମାତ୍ର ଏବେ ତାଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ଅନେକ । କାରଣ ରୋହିତ କୋଟି କୋଚି ଟଙ୍କାର ମାଲିକ ନୁହେଁ ବରଂ ଶହ ଶହ କୋଟି ଟଙ୍କାର ମାଲିକ । ଆସନ୍ତୁ ଜାଣିବା ରୋହିତଙ୍କ ମୋଟ୍ ସମ୍ପତ୍ତି କେତେ ?
/sambad/media/media_files/2025/03/10/kqZ9gtlo1jGD4OrBFdk3.jpg)
ବିସିସିଆଇର ଗ୍ରେଡ୍ ଏ ଯୁକ୍ତ ଖେଳାଳି କ୍ୟାପଟେନ୍ ରୋହିତ ଶର୍ମା ଚୁକ୍ତିନାମା ଅନୁଯାୟୀ ବାର୍ଷିକ ୭ କୋଟି ଟଙ୍କା ବେତନ ପାଆନ୍ତି । ଏହାଛଡା ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ୧୫ ଲକ୍ଷ ଟଙ୍କା, ଦିନିକିଆ ପାଇଁ ୬ ଲକ୍ଷ ଏବଂ ଟି-ଟ୍ବେଣ୍ଟି ପାଇଁ ୩ ଲକ୍ଷ ଫିସ୍ ମିଳେ । କୁହାଯାଉଛି ରୋହିତ ଶର୍ମାଙ୍କ ମୋଟ୍ ସମ୍ପତ୍ତି ୨୧୪ କୋଟି ଟଙ୍କା । ଏହା ବ୍ୟତୀତ ରୋହିତ ଶର୍ମା ଆଇପିଏଲରୁ ୧୬ କୋଟି ଟଙ୍କା ପାଆନ୍ତି ।
କେବଳ କ୍ରିକେଟ କଥା ଯଦି ଦେଖିବେ ତେବେ ରୋହିତଙ୍କ କ୍ରିକେଟରୁ କେବଳ ଆୟ ବାର୍ଷିକ ପ୍ରାୟ ୨୩ କୋଟି ଟଙ୍କା । ସେହି ଅନୁସାରେ ପ୍ରତି ମାସରେ ତାଙ୍କର ଆୟ ପ୍ରାୟ ୨ କୋଟି ଟଙ୍କା ବୋଲି ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହା ଛଡା ରୋହିତ ଅନେକ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର, ସେହି ବାବଦକୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର ହୁଏ ।
/sambad/media/media_files/2025/03/10/7JIutKMZZ7SKcls7HwH5.jpg)
ଏହା ଛଡା ରୋହିତ ନିବେଶ କରିବାକୁ ମଧ୍ୟ ପସନ୍ଦ କରନ୍ତି । ତେଣୁ ପ୍ରାୟ ୯୦ କୋଟି ଟଙ୍କା ସେ ବିଭିନ୍ନ ଫାର୍ମ ଏବଂ ଷ୍ଟାର୍ଟଅପରେ ନିବେଶ କରିଛନ୍ତି । ଯାହାର ରିଟର୍ଣ୍ଣ ମଧ୍ୟ ପାଉଛନ୍ତି । ଏଥିସହ ମୁମ୍ବାଇରେ ସେ ଗୋଟେ କ୍ରିକେଟ୍ ଏକାଡେମୀ ଚଳାଉଛନ୍ତି ଯେଉଁଥିରୁ ବି ରୋଜଗାର ମିଳୁଛି ।
ଆଲିଶାନ ଘର, ଦାମୀ ଗାଡିର ସୌକ ରଖିଛନ୍ତି ରୋହିତ । ମୁମ୍ବାଇରେ ତାଙ୍କର ୩୦ କୋଟି ଟଙ୍କାର ଏକ ଆଲିଶାନ ଘର ଅଛି । ୬୦୦୦ ସ୍କୋୟାର ଫୁଟର ଏହି ଘରେ ରାଜକୀୟ ସାଜସଜ୍ଜା ହୋଇଛି । ତାସହ ରୋହିତଙ୍କ ପାର୍କିଂସ୍ଥଳରେ ବିଭିନ୍ନ ଦାମୀ କାର ରହିଛି ଯାହାର ଦାମ ୪ରୁ ୫ କୋଟି ଟଙ୍କା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/10/HgjjsNfWVSFtheahH2ug.jpg)