ପ୍ରୟାଗରାଜ: ପ୍ରାଣ ନେଇଯିବ ପ୍ରୟାଗରାଜ ଭିଡ଼ ! ରାସ୍ତାରେ ଜାମ୍ ଏତେ ହେଉଛି ଯେ ମଣିଷ ଅଣନିଶ୍ବାସୀ ହେଇଯାଉଛି । ଆଜି ମାଘ ପୂର୍ଣ୍ଣିମା ଥିବାରୁ ମହାକୁମ୍ଭରେ ବୁଡ଼ ପକାଇବାକୁ ଦେଶର କୋଣ ଅନୁକୋଣରୁ ଲୋକେ ପ୍ରୟାଗରାଜ ଆସୁଛନ୍ତି । ସଂଗମରେ ପବିତ୍ର ବୁଡ ପକାଇ ସ୍ନାନ କରିବାକୁ ଚାହୁଁଛନ୍ତି ତେଣୁ ସାରା ଦେଶ କହିବାକୁ ଗଲେ ଏକ ପ୍ରକାର ପ୍ରୟାଗରାଜ ମୁହାଁ ହୋଇଛି । 

Advertisment

ଗୋଟେ ପଟେ ଭକ୍ତି ଭାବରେ ତୀର୍ଥରାଜ ପ୍ରୟାଗରାଜ କମ୍ପୁଥିବା ବେଳେ ଅନ୍ୟପଟେ ଭିଡରେ ଫସିଛନ୍ତି ଲୋକେ, ଅଣନିଶ୍ବାସୀ ସ୍ଥାନୀୟ ସାଧାରଣ ଜନତା ଏବଂ ବାହାରୁ ଆସୁଥିବା ପର୍ୟ୍ୟଟକ । ତେବେ ଗତ କିଛି ଦିନ ହେବ ଭିଡକୁ ନେଇ ଚାରିଆଡେ ଖବର ପ୍ରକାଶ ପାଉଥିବା ବେଳେ କାହିଁକି ଏ ଭିଡ ହେଉଛି ? ରାଜରାସ୍ତାରେ ଜାମ୍ କାହିଁକି ଲାଗୁଛି ? ଭିଡ ପଛର କାରଣ କଣ ବୋଲି କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି । ତାହାଲେ ଜାଣନ୍ତୁ ଭିଡ଼ ପଛର କାରଣ...

ପ୍ରୟାଗରାଜ ଭିଡ଼ ପଛର ବଡ଼ କାରଣ...

-ନିଜ ନିଜ ଗାଡି ନେଇ ଲୋକେ ପ୍ରୟାଗରାଜ ବାହାରି ଯାଉଛନ୍ତି । ବ୍ୟକ୍ତିଗତ ଗାଡିର ଅତ୍ୟଧିକ ବ୍ୟବହାର ଭିଡର କାରଣ ବୋଲି କୁହାଯାଉଛି ।

-ରଙ୍ଗ୍ ରୁଟରେ ଗାଡି ଚଳାଇବା କାରଣରୁ ଅଧିକ ଭିଡ ହେଉଛି । ଜାମ୍ ଦେଖି ଲୋକେ ଯିଏ ଯୁଆଡେ ପାରିଲେ ଗାଡି ପୂରାଇ ଦେଉଛନ୍ତି । ଆଗରେ ଅଧିକ ଭିଡ ଥିବାରୁ ଲୋକେ ରଙ୍ଗ୍ ରୁଟରେ ଯିବାକୁ ବାଧ୍ୟ ହେଉଛନ୍ତି ।

-ରାସ୍ତାର ବିଭିନ୍ନ ସ୍ଥାନରେ ପୋଲିସର ବ୍ୟାରିକେଡ୍ ଲଗାଯାଇଛି । ଏହି ବ୍ୟାରିକେଡ୍ ହିଁ ଭିଡ ପାଇଁ ମୁଖ୍ୟ ସମସ୍ୟା ଛିଡା କରିଛି

-ରାସ୍ତା କଡରେ ଲୋକେ ମନଇଚ୍ଛା ନିଜର ବଡ ବଡ ଗାଡି ପାର୍କିଂ କରି ଦେଉଛନ୍ତି । ଆଗରେ ଭିଡ ଥିବାରୁ ପଛକୁ ତ ଫେରି ପାରୁ ନାହାନ୍ତି ବାଧ୍ୟ ହୋଇ ରାସ୍ତା କଡକୁ ଗାଡି ଖସେଇ ଦେଇ ଅଟକି ରହୁଛନ୍ତି ଏବଂ ଗାଡି ରଖି ଖାଇବା ପିଇବା କରୁଛନ୍ତି ଯାହା ଫଳରେ ରାସ୍ତା ଉପରେ ଥିବା ଗାଡି ଜାମ୍ ହେଉଛି ।

ତେବେ ମାଘ ପୂର୍ଣ୍ଣିମା ପାଇଁ ଆଜି ଭିଡ ବଢୁଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପାହାନ୍ତା ପହରର ବହୁ ପୂର୍ବରୁ ଘାଟମାନଙ୍କରେ ବହୁ ସଂଖ୍ୟକ ଜନସମାଗମ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ପ୍ରଶାସନ ମେଳା ଅଞ୍ଚଳରେ ଏକ ନୂତନ ଟ୍ରାଫିକ ନିୟମ ଜାରି କରିଛି । ମେଳା କ୍ଷେତ୍ର ସମେତ ସମଗ୍ର ସହରକୁ ନୋ-ଭେଇକିଲ୍ ଜୋନ୍ ଘୋଷିତ କରାଯାଇଛି । ଏପରିକି  ଭିଆପି ଗାଡିଗୁଡିକ ମଧ୍ୟ ପ୍ରବେଶ କରିବାକୁ ଦିଆଯାଉ ନାହିଁ ।