/sambad/media/post_attachments/wp-content/uploads/2018/07/Know-These-Rules_Slide_2.jpg)
ପ୍ରାୟ ସମସ୍ତେ ଭାରତୀୟ ସମ୍ବିଧାନର ୬ଟି ମୌଳିକ ଅଧିକାର ବିଷୟରେ ଜାଣନ୍ତି, କିନ୍ତୁ ଅନେକ ନାଗରିକ ଭାବରେ ସେମାନଙ୍କ ଅଧିକାର ବିଷୟରେ ସଚେତନ ନୁହନ୍ତି । ଦେଶରେ ୩୫,୦୦୦ରୁ ଊର୍ଦ୍ଧ୍ୱ ଆଇନ ରହିଛି, ଯାହା ସମସ୍ତଙ୍କ ପକ୍ଷେ ମନେ ରଖିବା ସମ୍ଭବ ନୁହେଁ। କିନ୍ତୁ ସେଗୁଡ଼ିକ ମଧ୍ୟରୁ ଏହି ୧୦ଟି ଆଇନକୁ ସମସ୍ତ ଭାରତୀୟ ଜାଣିବା ଉଚିତ୍।
/sambad/media/post_attachments/wp-content/uploads/2018/07/Know-These-Rules_Slide_3.jpg)
ଆପଣ ମଦ ପିଇ ଗାଡ଼ି ଚଳାଉଥିବା ସମୟରେ ଯଦି ପୋଲିସ୍ ହାତରେ ଧରା ପଡ଼ୁଛନ୍ତି ଓ ଆପଣଙ୍କ ୧୦୦ ଏମ୍ଏଲ୍ ରକ୍ତରୁ ଯଦି ୩୦ ଏମ୍ଜି ଆଲ୍କହଲ୍ ମିଳେ, ତା’ହେଲେ ପୋଲିସ୍ ଆପଣଙ୍କୁ କୌଣସି ଓ୍ଵାରେଣ୍ଟ୍ ବିନା ଗିରଫ କରିପାରିବ।
/sambad/media/post_attachments/wp-content/uploads/2018/07/Know-These-Rules_Slide_4.jpg)
ଯଦି କୌଣସି ପୋଲିସ୍ ଅଫିସର ଆପଣଙ୍କ କମ୍ପ୍ଲେନ୍ ଲେଖୁ ନାହାନ୍ତି ତା’ହେଲେ ତାଙ୍କୁ ୨ ବର୍ଷ ପର୍ଯନ୍ତ ଜେଲ୍ ହୋଇପାରେ।
/sambad/media/post_attachments/wp-content/uploads/2018/07/Know-These-Rules_Slide_5.jpg)
ଆପଣ ଯେକୌଣସି ରେଷ୍ଟୁରାଣ୍ଟ୍ରେ ମାଗଣାରେ ପାଣି ପିଇ ପାରିବେ ଓ ଟଏଲେଟ୍ ବ୍ୟବହାର କରିପାରିବେ।
/sambad/media/post_attachments/wp-content/uploads/2018/07/Know-These-Rules_Slide_6.jpg)
ଯଦି କେହି ବିବାହିତ ବ୍ୟକ୍ତି କୌଣସି ଅବିବାହିତା ଯୁବତୀ କିମ୍ବା ବିଧବାଙ୍କ ସହ ସମ୍ପର୍କ ରଖନ୍ତି ତା’ହେଲେ ଏହାକୁ ଅପରାଧ ମନାଯିବ ନାହିଁ।
/sambad/media/post_attachments/wp-content/uploads/2018/07/Know-These-Rules_Slide_7.jpg)
ଯୁବକ-ଯୁବତୀ ଲିଭ-ଇନ୍ ରିଲାସନ୍ସିପ୍ରେ ନିଜ ଇଚ୍ଛା ଅନୁସାରେ ରହିଲେ ତାହା ଅପରାଧ ନୁହେଁ।
/sambad/media/post_attachments/wp-content/uploads/2018/07/Know-These-Rules_Slide_8.jpg)
ଯଦି ପୋଲିସ୍ଙ୍କ ଡ୍ୟୁଟି ନ ଥିବ କିମ୍ବା ସେ ୟୁନିଫର୍ମ୍ ପିନ୍ଧି ନଥିବା ସମୟରେ ମଧ୍ୟ ପୀଡ଼ିତାଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ ଅଟନ୍ତି।
/sambad/media/post_attachments/wp-content/uploads/2018/07/Know-These-Rules_Slide_9.jpg)
କୌଣସି କମ୍ପାନି ଗର୍ଭବତୀ ମହିଳାଙ୍କୁ ଚାକିରିରୁ ଛଟେଇ କରିପାରିବେ ନାହିଁ।
/sambad/media/post_attachments/wp-content/uploads/2018/07/Know-These-Rules_Slide_10.jpg)
ଟ୍ରାଫିକ୍ ପୋଲିସ୍ ଗୋଟିଏ ଦିନରେ ସମାନ ଜିନିଷ ପାଇଁ ଆପଣଙ୍କୁ ଦୁଇଥର ଚାଲାଣ କାଟିପାରିବେ ନାହିଁ।
/sambad/media/post_attachments/wp-content/uploads/2018/07/Know-These-Rules_Slide_11.jpg)
ଯଦି ଆପଣଙ୍କ ଅଫିସ୍ ଆପଣଙ୍କୁ ଦରମା ଦେଉନି ତା’ହେଲେ ଆପଣ ସେହି ଅଫିସ୍ ବିରୋଧରେ ପୋଲିସ୍ କମ୍ଲେଣ୍ଟ୍ କରିପାରିବେ।
/sambad/media/post_attachments/wp-content/uploads/2018/07/Know-These-Rules_Slide_12.jpg)
ଯଦି ଜନଗହଳି ସ୍ଥାନରେ ଆପଣ କୌଣସି ଅଶ୍ଳୀଳ କାର୍ଯ୍ୟକଳାପ କରୁଛନ୍ତି ତା’ହେଲେ ଆପଣଙ୍କୁ ୩ ବର୍ଷ ପାଇଁ ଜେଲ୍ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Know-These-Rules_Slide_1.jpg)
