ସମସ୍ୟାରେ ନ ପଡ଼ିବା ପାଇଁ ଧ୍ୟାନରେ ରଖନ୍ତୁ WhatsAppର ଏହି ସବୁ ବିଷୟଗୁଡ଼ିକୁ

କେବେବି ପଡ଼ିବେନି ସମସ୍ୟାରେ

ଆଜିର ଯୁଗରେ WhatsApp ଲୋକଙ୍କ ଜୀବନରେଏକ ବଡ଼ ସାଥୀ ହୋଇଗଲାଣି। ସାଇବର୍‌ କ୍ରାଇମ୍‌ ଏକ୍ସ୍‍ପର୍ଟ୍‌ଙ୍କ କହିବା ଅନୁସାରେ ମୋବାଇଲ୍‌ ହ୍ୟାକିଙ୍ଗ୍‌ର ଡର ଲ’ ଆଣ୍ଡ୍‌ ଏନ୍‌ଫୋର୍ସମେଣ୍ଟ୍‌ ବା ଡିଫେନ୍ସ୍‌ ଡିପାର୍ଟମେଣ୍ଟ୍‌କୁ ଅଧିକ ହୋଇଥାଏ। କିନ୍ତୁ ସାଧାରଣ ଲୋକଙ୍କୁ ମଧ୍ୟ ଏଥି ପ୍ରତି ସାବଧାନ ରହିବା ଉଚିତ। ହ୍ୟାକର୍ସମାନେ ମାଲ୍‌େଓ୍ଵର୍‌ (ଯାହା ସାହାଯ୍ୟରେ ମୋବାଇଲ୍‌ ହ୍ୟାକ୍‌ ହୋଇପାରିବ) ଇନ୍‌ଷ୍ଟଲ୍‌ କରି ମୋବାଇଲ୍‌ ହ୍ୟାକ୍‌ କରିପାରନ୍ତି। ଜାଣନ୍ତୁ WhatsApp ବ୍ୟବହାର କରୁଥିବା ସମୟରେ କେଉଁ ସବୁ ଜିନିଷ ପ୍ରତି ଆପଣ ସାବଧାନ ରହିବା ଉଚିତ।

ଅନେକ ସମୟରେ WhatsApp Spy Appରୁ ଅଫର୍‌ ଆସିଥାଏ ଯେଉଁଥିରେ ଆପଣଙ୍କ ସାଙ୍ଗ ଓ ସହକର୍ମୀଙ୍କ ମେସେଜ୍‌ ଜାଣିବାର ଇଚ୍ଛା ବଢ଼ିଥାଏ, ଏଥିରୁ ଦୂରରେ ରୁହନ୍ତୁ।

 

ବ୍ୟାଙ୍କ୍‌ରୁ ଯଦି କୌଣସି ଅଫର୍‌ ମେସେଜ୍‌ ଆସେ ଯେଉଁଥିରେ ଆପଣଙ୍କୁ ନିଜର ଆକାଉଣ୍ଟ୍‌ ଡିଟେଲ୍ସ୍‌ ପଚରା ଯାଇଥାଏ, ତା’କୁ ତଥ୍ୟ ପ୍ରଦାନ କରନ୍ତୁ ନାହିଁ। କାରଣ ଏମିତି କୌଣସି ବ୍ୟାଙ୍କ୍‌ କିମ୍ବା ତାଙ୍କ ଅଧିକାରୀ ମେସେଜ୍‌ ମାଧ୍ୟମରେ ତଥ୍ୟ ମାଗନ୍ତି ନାହିଁ।

 

ଯଦି କୌଣସି ଲଟେରି ଜିତିବା କଥା, ଲକି କଷ୍ଟମର୍‌ ବା ମୋବାଇଲ ନମ୍ବର ଆଧାରରେ ଆପଣଙ୍କୁ ବଛାଯାଇଥିବା ମେସେଜ୍‌ ଆସେ, ଯେଉଁଥିରେ ଆପଣଙ୍କୁ ନିଜର କାର୍ଡ ଡିଟେଲ୍ସ୍‌ ବା ଡକ୍ୟୁମେଣ୍ଟ୍‌ ମାଗନ୍ତି ତା’ହେଲେ କେବେ ବି ଆପଣଙ୍କ ତଥ୍ୟ ସେମାନଙ୍କୁ ପ୍ରଦାନ କରନ୍ତୁ ନାହିଁ। ଏମିତି ଫ୍ରଡ୍‌ ବା ଠକ ଅଧିକାଂଶ ନାଇଜେରିଆନ୍‌ ଫ୍ରଡ୍‌ ହୋଇଥାନ୍ତି।

 

WhatsApp ଗ୍ରୁପ୍‌ରେ ଯଦି କେହି ଗାଳି, ପୋର୍ଣ୍ଣୋଗ୍ରାଫିକ୍‌ ମେସେଜ୍‌, ଫଟୋ ବା ଭିଡିଓ ସେୟାର କରନ୍ତି ତା’ହେଲେ ଏଥିପାଇଁ ଦାୟୀ ଆଡ୍‌ମିନ୍‌ ହେବେ। ସେଥିପାଇଁ WhatsApp ଗ୍ରୁପ୍‌ର ଆଡ୍‌ମିନ୍‌ଙ୍କୁ ସମୟ ହିସାବରେ ଆକ୍‌ସନ୍‌ ନେବା ପାଇଁ ପଡ଼ିବ।

 

WhatsAppରେ ଫ୍ରି ଟକ୍‌ଟାଇମ୍‌ ଭଳି ଅଫର୍‌କୁ ମାନନ୍ତୁ ନାହିଁ। ୫୦୦ ଟଙ୍କାର ରିଚାର୍ଜ ୨୦୦ ଟଙ୍କାରେ କିମ୍ବା ଫୋନ୍‌ ଶସ୍ତାରେ, ଏହିଭଳି ଅଫର୍‌ ମେସେଜ୍‌ଗୁଡ଼ିକ ପ୍ରକୃତରେ ମିଥ୍ୟା।

 

ମୋବାଇଲ୍‌ ସେଟିଙ୍ଗ୍‌ର ସିକ୍ୟୁରିଟି ଅପ୍‌ସନ୍‌ରେ unknown sourcesକୁ ସର୍ବଦା ବନ୍ଦ କରନ୍ତୁ। ଏଥିରେ କେବଳ trusted applications (ଯାହା ପ୍ଲେ ଷ୍ଟୋର୍‌ରୁ ଡାଉନ୍‌ଲୋଡ଼୍‍ ହୋଇଥାଏ) ଇନ୍‌ଷ୍ଟଲ୍‌ ହୋଇ ପାରିବ। ହ୍ୟାକର୍ସ୍‌ ମାନେ ପଠେଇଥିବା ମାଲ୍‌େଓ୍ଵର୍‌ ନୁହେଁ।

ସମ୍ବନ୍ଧିତ ଖବର