ସାପ କାମୁଡ଼ାରେ ଚାଲିଯାଏ ଜୀବନ! ଜାଣନ୍ତୁ, ସାପ କାମୁଡ଼ିବା ମାତ୍ରେ କ’ଣ କଲେ ବଞ୍ଚିଯିବ ଜୀବନ?

ସାପ କାମୁଡ଼ିଲେ ଲୋକେ ପ୍ରଥମେ ବିବ୍ରତ ହୋଇ କ’ଣ କରିବେ ବୁଦ୍ଧିବାଟ ପାଆନ୍ତି ନାହିଁ। ସାପ କାମୁଡ଼ିବା ପରେ ବିଷ ପ୍ରଭାବରୁ ବଞ୍ଚିବା ପାଇଁ କେତେକ ଉପାୟ ଅଛି ଯାହା ସମସ୍ତଙ୍କୁ ଜଣା ନ ଥାଏ। ସାପ କାମୁଡ଼ିବାର ମାତ୍ରେ କି ଉପାୟ କଲେ ବିଷ ଚରିବା ବନ୍ଦ ହେବ, ଆପୋଲୋ ହସ୍‌ପିଟାଲ୍‌ର ଗାଇଡ୍‌ଲାଇନ୍‌ ତାହା ଉଲ୍ଲେଖ କରାଯାଇଛି। ଏହା ସହ ସାବଧାନତା ମଧ୍ୟ ଅବଲମ୍ବନ କରିବା ଜରୁରି। ଜାଣନ୍ତୁ ସାପ କାମୁଡ଼ା ପରେ କ’ଣ କଲେ ଆପଣଙ୍କ ଜୀବନ ବଞ୍ଚି ପାରିବ।

ଦେହରୁ ଟାଇଟ୍‌ ପୋଷାକ କିମ୍ବା ଗହଣା ଖୋଲି ଦିଅନ୍ତୁ।

ଯେଉଁଠି ସାପ କାମୁଡ଼ିଥିବ ସେ ଅଂଶକୁ ହୃତ୍‌ପିଣ୍ଡ ଠାରୁ ତଳିଆ କରି ରଖନ୍ତୁ।

ଯଥା ସମ୍ଭବ ପୀଡ଼ିତଙ୍କୁ ସ୍ଥିର ରଖନ୍ତୁ, ଏହା ଦ୍ୱାରା ବିଷ ଶରୀରରେ ଚରି ପାରିବ ନାହିଁ।

ସାପ କାମୁଡ଼ିଥିବା କ୍ଷତକୁ ହଲକା କପଡ଼ାରେ ଢାଙ୍କି ଦିଅନ୍ତୁ।

ପୀଡ଼ିତଙ୍କୁ ବିବ୍ରତ ନ କରାଇ ଶାନ୍ତ ରଖିବାର ଚେଷ୍ଟା କରନ୍ତୁ। ଫଳରେ ତାଙ୍କୁ ଝଟ୍‌କା ଲାଗିବ ନାହିଁ।

ସାପ କାମୁଡ଼ିବାର ୪ ଘଣ୍ଟା ମଧ୍ୟରେ ବିଷ ନିରୋଧକ ଇଞ୍ଜେକ୍‌ସନ୍‌ ଦିଅନ୍ତୁ।

ସମ୍ବନ୍ଧିତ ଖବର