ଜାଣି ଥାଆନ୍ତୁ ଶରୀରର କେଉଁ ସ୍ଥାନରେ କେତୋଟି ରୁଦ୍ରାକ୍ଷ ଥିବା ମାଳା ପିନ୍ଧିଲେ ଦୈବୀଶକ୍ତି ପ୍ରାପ୍ତ ହୁଏ

ରୁଦ୍ରାକ୍ଷ ମାଳିକୁ ମହାଦେବଙ୍କୁ ଏକ ବୋଲି ହିନ୍ଦୁଧର୍ମରେ ବିଶ୍ୱାସ କରାଯାଏ। ତେଣୁ ରୁଦ୍ରାକ୍ଷମାଳା ଧାରଣ କରିବା ନିମନ୍ତେ ଶିବ ପୁରାଣ ଏବଂ ଶ୍ରୀମଦ୍‌ ଦେବୀ ଭାଗବତରେ କେତେକ ନିୟମ ରହିଛି।

‘ରୁଦ୍ରାକ୍ଷ’ ଶବ୍ଦ ଅନ୍ୟ ଦୁଇଟି ଶବ୍ଦର ପ୍ରତୀକ। ରୁଦ୍ର ଅର୍ଥ ଶିବ ଏବଂ ଅକ୍ଷ ଅର୍ଥ ଲୁହଟୋପା। ପୁରାଣ କହେ- ସତୀଙ୍କ ଦେହାବଶେଷର ଶେଷ ଅଂଶ ଶକ୍ତିପୀଠରେ ପରିଣତ ହେବା ପରେ ମହାଦେବ ପାର୍ଥିବ ସୁଖ ଓ କର୍ତ୍ତବ୍ୟ ପରିହାର କରି କୈଳାସ ପର୍ବତ ଗୁହା ମଧ୍ୟରେ ଘୋର ତପସ୍ୟାରେ ମଗ୍ନ ହୋଇଗଲେ।

ଅନେକ ବର୍ଷ ପରେ ପାର୍ବତୀ ତାଙ୍କୁ ଡାକିବାରୁ ସେ ଅନୁଭବ କଲେ ଯେ ଆଦିଶକ୍ତି ପୁଣି ତାଙ୍କ ପାଖକୁ ଫେରି ଆସିଛନ୍ତି। ପାର୍ବତୀ ବାଧ୍ୟ କରିବାରୁ ସେ ତପସ୍ୟା ଛାଡ଼ିଲେ। ବର୍ଷ ବର୍ଷ ଧରି ତାଙ୍କ ଆଖିରେ ରହିଥିବା ଲୁହ ମାଟିରେ ପଡ଼ିଲା ଓ ଚାହୁଁ ଚାହୁଁ ରୁଦ୍ରାକ୍ଷଗଛ ପାଲଟି ଗଲା। ଏହି ଗଛର ଫଳ ରୁଦ୍ରାକ୍ଷ ମହାଦେବଙ୍କ ଆରାଧନାରେ ବ୍ୟବହାର ହୁଏ।

ଏକମୁଖୀ ଠାରୁ ଆରମ୍ଭ କରି ଏକୋଇଶମୁଖୀ ଯାଏଁ ରୁଦ୍ରାକ୍ଷ ଅଛି। କିନ୍ତୁ, ଏକମୁଖୀରୁ ଚଉଦମୁଖୀ ଯାଏଁ ରୁଦ୍ରାକ୍ଷ ମାନବ ପରିଧାନ କରିବାକୁ ଉପଦେଶ ଦିଆଯାଇଛି।

ପ୍ରତ୍ୟେକ କିସମ ରୁଦ୍ରାକ୍ଷର ନିଜ ନିଜର ତାତ୍ପର୍ଯ୍ୟ ରହିଛି। ବିଶ୍ୱାସ କରାଯାଏ ଏଥିରେ ରହିଛି କିଛି ଅସାମାନ୍ୟ ଶକ୍ତି। ଶିବ ପୁରାଣ କୁହାଯାଇଛି, ଏହି ରୁଦ୍ରାକ୍ଷ ସବୁକୁ ଶରୀର ନିର୍ଦ୍ଦିଷ୍ଟ ସ୍ଥାନରେ ଧାରଣ କଲେ ଏହା ମାନବ ଶରୀରରେ ଦୈବୀଶକ୍ତି ପ୍ରବେଶ କରି କାୟା ଓ ଜୀବନ ଆରୋଗ୍ୟ କରିଥାଏ।

ଶ୍ରୀମଦ୍‌ ଦେବୀ ଭାଗବତରେ କୁହାଯାଇଛି ଯେ ୫୦ଟି ରୁଦ୍ରାକ୍ଷବିଶିଷ୍ଟ ମାଳା ଛାତିରେ ପକାଇବା କଥା।

୨୦ ରୁଦ୍ରାକ୍ଷ ଥିବା ମାଳା ମସ୍ତକରେ ଧାରଣ କରିବା ଉଚିତ।

୧୬ ରୁଦ୍ରାକ୍ଷ ଥିବା ମାଳା ବାହୁରେ ଗୁଡ଼ାଇବା କଥା।

୧୨ ରୁଦ୍ରାକ୍ଷ ବିଶିଷ୍ଟ ମାଳା ମଣିବନ୍ଧରେ ଧାରଣ କରିବା ଉଚିତ।

୧୦୮ ରୁଦ୍ରାକ୍ଷ ଥିବା ମାଳା ବେକରେ ପକାଇଲେ ଆତ୍ମା ପାଇଁ ମଙ୍ଗଳକର ବୋଲି ବିଚାର କରାଯାଏ।

ଅଶ୍ୱମେଧ ଯଜ୍ଞରୁ ଯେଉଁ ଫଳ ପ୍ରାପ୍ତ ହୋଇଥାଏ ୧୦୮ ରୁଦ୍ରାକ୍ଷ ଥିବା ମାଳା ଜପିଲେ ସେମିତିକା ଦୈବୀ ଆଶିଷ ଲାଭ ହୋଇଥାଏ।

୧୦୮ ରୁଦ୍ରାକ୍ଷ ଥିବା ମାଳା ଧାରଣ କରି ଶିବ ପୂଜିଲେ୧୦ ଗୁଣ ପୁଣ୍ୟ ବା ସୁ କର୍ମ ପ୍ରାପ୍ତି ହୋଇଥାଏ।

ରୁଦ୍ରାକ୍ଷ ମାଳା ଧରି ଜପ କଲେ ଯେଉଁ ଆଶିର୍ବାଦ ଓ ଉପକାର ମିଳିଥାଏ ତାହା ଅନ୍ୟ କୌଣସି ଧାର୍ମିକ ଜପମାଳାରୁ ମିଳି ନ ଥାଏ ବୋଲି ଶିବ ପୁରାଣରେ ବର୍ଣ୍ଣିତ।

ସମ୍ବନ୍ଧିତ ଖବର