ସର୍ଭେ: ଇନ୍‌ଷ୍ଟାଗ୍ରାମ୍‌ର ଫିଲ୍‌ଟର୍‌ ଜରିଆରେ ଜଣାପଡ଼ିଥାଏ କିଏ ସିଙ୍ଗଲ୍‌!

ସୋସିଆଲ୍‌ ମିଡିଆର ବ୍ୟବହାରକାରୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ କରିବା ପାଇଁ ୧୭୯ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ୨୫ ହଜାରରୁ ଅଧିକ ଇନ୍‌ଷ୍ଟାଗ୍ରାମ ଫଟୋକୁ ବିଶ୍ଳେଷଣ କରି ସେମାନଙ୍କ ବ୍ୟବହାରକୁ ବୁଝିବାର ଚେଷ୍ଟା କରାଯାଇଥିଲା। ଏହି ସର୍ଭେରେ ବ୍ୟବହାରକାରୀଙ୍କ ଅହଙ୍କାର, ସନ୍ତୁଷ୍ଟି, ଏକାକୀତ୍ୱ, ବ୍ୟବହାର ଓ ରୁଚି ବୁଝିବାର ଚେଷ୍ଟା କରାଯାଇଥିଲା। ଏହା ବ୍ୟତୀତ ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍‌ଲାଇନ୍‌ ପ୍ରଶ୍ନ ମଧ୍ୟ କରାଯାଇଥିଲା।

 

ସିଙ୍ଗଲ୍‌ ଥିବା ବ୍ୟକ୍ତି ନିଜ ଇନ୍‌ଷ୍ଟାଗ୍ରାମ୍‌ ଫଟୋରେ କମ୍‌ ରଙ୍ଗ ବ୍ୟବହାର କରିଥାନ୍ତି।

 

ରୋମାଣ୍ଟିକ୍‌ ଓ ଖୁସି ରହୁଥିବା ଲୋକେ ନିଜ ଫଟୋରେ ଅଧିକ ଫିଲ୍‌ଟର୍‌ ଓ ଅଧିକ ରଙ୍ଗର ବ୍ୟବହାର କରିଥାନ୍ତି।

 

 

ଯେଉଁମାନେ ଏକାକୀତ୍ୱବୋଧ ଯୋଗୁଁ ନିଃସଙ୍ଗ ଅନୁଭବ କରିଥାନ୍ତି କିମ୍ବା କମ୍‌ ରୋମାଣ୍ଟିକ୍‌ ହୋଇଥାନ୍ତି, ସେମାନେ କମ୍‌ ରଙ୍ଗ ଥିବା ଫଟୋ ପୋଷ୍ଟ କରିବାକୁ ପସନ୍ଦ କରନ୍ତି।

 

ଏହା ବ୍ୟତୀତ ଯେଉଁମାନେ ସକରାତ୍ମକ ଭାବନା ରଖନ୍ତି ସେମାନେ ତାଙ୍କ ଫଟୋରେ ଅଧିକ ଫିଲ୍‌ଟର୍‌ର ବ୍ୟବହାର କରିଥାନ୍ତି। ଯେଉଁମାନେ ନକାରାତ୍ମକ ଚିନ୍ତାଧାରା ସଂପନ୍ନ ବା ଅହଙ୍କାରୀ ହୋଇଥାନ୍ତି ସେମାନେ ନିଜ ଫଟୋରେ କମ୍‌ ଫିଲ୍‌ଟର୍‌ର ବ୍ୟବହାର କରିଥାନ୍ତି।

 

ଯେଉଁମାନେ ଖୋଲା ବିଚାରର ବ୍ୟକ୍ତିି, ସେମାନେ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଫଟୋରେ କମ୍‌ ରଙ୍ଗର ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି।

 

ଏହା ମଧ୍ୟ ଜଣାପଡ଼ିଛି ଯେ ମହିଳାମାନେ ନିଜ ଫଟୋରେ ଅଧିକ ରଙ୍ଗର ବ୍ୟବହାର କରିଥାନ୍ତି। ଯେଉଁ ସ୍ଥାନରେ ପୁରୁଷମାନେ ସାଧାରଣ ଫଟୋ ପୋଷ୍ଟ କରିବାକୁ ହିଁ ପସନ୍ଦ କରିଥାନ୍ତି।

 

ସମ୍ବନ୍ଧିତ ଖବର