ବଡ଼ ବଡ଼ କୋଠାରେ ଲାଗିଥିବା ଲିଫ୍ଟରେ ଦର୍ପଣ ଲଗାଯାଏ କାହିଁକି

ବଡ଼ ବଡ଼ କୋଠାରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ସୁବିଧା ରଖା ଯାଇଥାଏ । କିଛି ଲୋକଙ୍କର ଆଣ୍ଠୁ ଗଣ୍ଠିର ସମସ୍ୟା ରହିଥିବାରୁ ସେମାନେ ଲିଫ୍ଟ ବ୍ୟବହାର କରିଥାନ୍ତି । ଆପଣମାନେ ମଧ୍ୟ ଲିଫ୍ଟରେ ଯିବା ଆସିବା ନିଶ୍ଚୟ କରିଥିବେ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ ମଧ୍ୟ ଆପଣ ଦେଖିଥିବେ । ତେବେ ତାକୁ ଦେଖି ଆପଣ ଭାବିଛନ୍ତି କି ଲିଫ୍ଟରେ କ’ଣ ପାଇଁ ଦର୍ପଣ ଲଗାଯାଇଥାଏ ? ଏହା ପଛରେ ଏକ ମଜାଦାର କାରଣ ରହିଛି ।

Quora

ଆଜି ଆମେ ଏହା ପଛର କାରଣ ବିଷୟରେ ଜଣାଇବୁ । ଏମିତି କିଛି ବଡ଼ ବଡ଼ କୋଠା ରହିଛି ଯେଉଁଠି ୫୦ରୁ ଊର୍ଦ୍ଧ୍ୱ ମହଲା ତିଆରି କରାଯାଇଛି । ତେବେ ଏତେ ଉଚ୍ଚକୁ ଯିବା ପାଇଁ ଯେ କେହି ଲିଫ୍ଟର ବ୍ୟବହାର କରିଥାନ୍ତି । କିନ୍ତୁ ଉପରକୁ ଯିବା ସମୟରେ ଅଧିକ ସମୟ ଲାଗୁଥିବାରୁ ଲୋକମାନେ ପ୍ରାୟତଃ ବିରକ୍ତ ହୋଇ ଯାଇଥାନ୍ତି । ଅଧିକ ସମୟ ଠିଆ ହୋଇ ରହି ସେମାନେ ବିରକ୍ତ ହେବା ସହ ବାହାରିବାର ବାଟକୁ ଅନାଇ ବସିଥାନ୍ତି । ଲୋକମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ବଡ଼ ବଡ଼ କୋଠାରେ ଲାଗିଥିବା ଲିଫ୍ଟରେ ଦର୍ପଣ ଲଗା ଯାଇଥାଏ । ଯାହା ଫଳରେ ଲୋକମାନେ ନିଜକୁ ଦେଖି ନିଜର ସମୟ କଟାଇବା ସହ ମନୋରଞ୍ଜନ ମଧ୍ୟ କରି ପାରିବେ । ଏହି କାରଣକୁ ମନୋବିଜ୍ଞାନୀମାନେ ମଧ୍ୟ ସଠିକ୍‌ ବୋଲି କହି ସାରିଛନ୍ତି ।

ସମ୍ବନ୍ଧିତ ଖବର