ନାରୀ ଭଗବାନଙ୍କ ସୃଷ୍ଟିର ଏକ ଅନୁପମ ସର୍ଜନା। ଜଣେ ଦାୟିତ୍ବବାନ୍‌ ମହିଳା ମାନସିକ ଓ ଶାରୀରିକ ଭାବେ ଶକ୍ତିଶାଳୀ ହେବା ନିହାତି ଆବଶ୍ୟକ। ଆପଣ କେବେ ଏମିତି ଚିନ୍ତା କରିଛନ୍ତି କି! ଆସନ୍ତୁ ଜାଣିବା‌ ଜଣେ ଶକ୍ତିଶାଳୀ ମହିଳା ହେବାପାଇଁ କ’ଣ ଜରୁରି...

Advertisment

 ଆତ୍ମବିଶ୍ୱାସ ହେଉଛି ନାରୀ ଜୀବନର ପ୍ରମୁଖ ଅଂଶ। ଆତ୍ମବିଶ୍ୱାସୀ ହେବା ଆତ୍ମ-ପ୍ରେମର ଏକ ଉଦାହରଣ ଏବଂ ଏହା ଆମକୁ ତୁଳନାତ୍ମକ ବିଚାରଧାରାରୁ ଦୂରେଇ ରଖିବାରେ ସାହାଯ୍ୟ କରେ।
 ଅଧିକ ସର୍ଜନଶୀଳ ହେବା ଆପଣଙ୍କୁ ସଫଳ ଅନୁଭବ କରାଏ। ଉପଯୁକ୍ତ କାରଣ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକରେ ସମୟ ବିତାଇବା ଜରୁରି। ଏହାଦ୍ବାରା ମାନସିକ ସ୍ବାସ୍ଥ୍ୟ ଭଲ ରହେ। ମାନସିକ ଭାବେ ସଶକ୍ତ ମହିଳାମାନେ ‘ମୁଁ ଆଉ କ’ଣ ନୂଆ କରିପାରିବି’ ପ୍ରଶ୍ନକୁ ବାରମ୍ବାର ନିଜକୁ ପଚାରିବା ଦରକାର। କିନ୍ତୁ ସବୁ ପରେ ବି ଅତ୍ୟଧିକ ପରିଶ୍ରମରୁ ବିରତି ନେଇ ନିଜକୁ ସମୟ ଦେବା ଉଚିତ।
 ଆଶାବାଦୀ ଓ ସକାରାତ୍ମକ ହେବା ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଗୁରୁତ୍ବପୂର୍ଣ୍ଣ। ସବୁବେଳେ ଆଶାବାଦ ଓ ସକାରାତ୍ମକତା ପ୍ରଦର୍ଶନ କରିବା ସମ୍ଭବ ନ ହୋଇପାରେ, କିନ୍ତୁ ଯଥାସମ୍ଭବ ନିଜର ମାନସିକ ସୁସ୍ଥତା ବଜାୟ ରଖିବା ପାଇଁ ପ୍ରଚେଷ୍ଟା କରିବା ଦରକାର। ଏହା ନିଜର ତଥା ଅନ୍ୟମାନଙ୍କ ମନୋଭାବକୁ ମଧ୍ୟ ପ୍ରଭାବିତ କରିଥାଏ।
 ଗୋ-ଗେଟର୍‌ ହେବା ଆଜିକାଲିର ମହିଳାମାନଙ୍କ ପାଇଁ ନିହାତି ଦରକାର। ଏହା ଆପଣଙ୍କ ସ୍ୱପ୍ନକୁ କାର୍ଯ୍ୟରେ ପରିଣତ କରେ। ଯେତେବେଳେ ଜଣେ ନାରୀ ସକାରାତ୍ମକ ଫଳାଫଳ କଳ୍ପନା କରେ, ସେହି ଦୃଷ୍ଟିକୋଣଗୁଡ଼ିକୁ ହାସଲ କରିବାର ସମ୍ଭାବନା ଅଧିକ ଥାଏ। ଏହା ନାରୀର ମନକୁ ସୃଜନଶୀଳ ଚିନ୍ତାଧାରାରେ ସକ୍ରିୟ କରାଏ। ନିଜ ସ୍ୱପ୍ନକୁ ପୂରଣ କରିବା ଏବଂ ନିଜର ଚିନ୍ତାଧାରାକୁ ଏକ ସୁନ୍ଦର ବାସ୍ତବତାରେ ପରିଣତ କରିବା ପାଇଁ କାମ କରିବା ହେଉଛି ‘ଗୋ-ଗେଟର’ ହେବାର ପରିଭାଷା।
 ମାନସିକ ଭାବେ ସଶକ୍ତ ମହିଳାମାନେ ସେମାନଙ୍କର ଭୟ, ଅସୁବିଧା ଓ ସମସ୍ୟାଗୁଡ଼ିକୁ ନିଜେ ହିଁ ସାମ୍ନାସାମ୍ନି ମୁକାବିଲା କରନ୍ତି। ବିଭିନ୍ନ ସମୟରେ ଅନେକେ ଭୟ କରିଯାଆନ୍ତି। ହେଲେ ଜଣେ ଶକ୍ତିଶାଳୀ ମହିଳା ଏହାକୁ କିପରି ମୁକାବିଲା କରିବେ ତାହା ନିଜର ମାନସିକ ସ୍ଥିତି ଉପ‌େର ନିର୍ଭର କରେ।
 ନିଜ ପ୍ରତି ସଚ୍ଚୋଟ ରହିବା ମଧ୍ୟ ଜଣେ ଶକ୍ତିଶାଳୀ ମହିଳାର ଉତ୍ତମ ଲକ୍ଷଣ। କୌଣସି ପ୍ରତିକୂଳ ପରିସ୍ଥିତିରେ ହାର୍‌ ମାନିବା ଏବଂ ଅନ୍ୟର ଖୁସି ପାଇଁ ନିଜକୁ ପରିବର୍ତ୍ତନ ଅଧିକାଂଶ ସମୟରେ ଜରୁରି ନୁହେଁ। ମାନସିକ ଭାବେ ଦୃଢ଼ ଥିଲେ ଜଣେ ମହିଳା‌ ଯେକୌଣସି ପରିସ୍ଥିତିର ସଠିକ୍‌ ମୁକାବିଲା କରିବା‌ ସହିତ ନିଜ ଭଳି ବଞ୍ଚିବା ନିହାତି ଆବଶ୍ୟକ।