-ମଣିଷଠାରୁ ପ୍ରାୟ ଦଶଗୁଣା ମୂଷା ରହିଛନ୍ତି ପୃଥିବୀରେ। ଚାରି ପାଞ୍ଚଟି ମୂଷା ଗୋଟେ ମଣିଷର ଆହାର ଖାଇପାରନ୍ତି।
-ହଳେ ମୂଷା-ମୂଷୀ ବର୍ଷକୁ ଶତାଧିକ ଛୁଆ ଜନ୍ମ କରିପାରନ୍ତି। ବିଜ୍ଞାନ ମତରେ ଦୁଇ ମାସର ମୂଷାଛୁଆ ଜନ୍ମ କରିପାରେ। ପ୍ରତି ତିନି ସପ୍ତାହରେ ୧୨ଟି ପର୍ଯ୍ୟନ୍ତ ଛୁଆ ଜନ୍ମ ଦେଇଥାଏ।
-ସାଧାରଣତଃ ଗୋଟେ ମୂଷା ଦୁଇ ତିନିବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ଉତ୍ତମ ପରିବେଶ ପାଇଲେ ମୂଷା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିଥାଏ।
-ମୂଷାର ଶାରୀରିକ କ୍ଷମତା ଦେଖିବାକୁ ଗଲେ ସେ ଦେଢ଼ଫୁଟ ପର୍ଯ୍ୟନ୍ତ ଡେଇଁପାରେ, ଆଉ ପାଣିରେ ବି ପହଁରିପାରେ।
-ମୂଷା ଲୁଗାପଟା, ବହିପତ୍ରକୁ କାଟି ଟିକିଟିକି କରିଦେବା ପଛରେ କାରଣଟି ହେଲା ତା’ର ଦାନ୍ତ ଭାରି ତୀକ୍ଷ୍ଣ ଏବଂ ଏହା ଖୁବ୍ ଶୀଘ୍ର ବଢ଼ିଥାଏ। ମୂଷା ନିଜର ଦାନ୍ତକୁ କୌଣସି ସାମଗ୍ରୀରେ ନ ଘଷିଲେ ଏହା ବର୍ଷକ ମଧ୍ୟରେ ଇଞ୍ଚେରୁ ଦୁଇଇଞ୍ଚ ବଢ଼ିଯାଏ ଏବଂ ଏହା ତା’ର ମାଢ଼ିର କ୍ଷତି ଘଟାଇଥାଏ। ତେଣୁ କୌଣସି ସାମଗ୍ରୀକୁ ଖିନ୍ଭିନ୍ କରିବା ମୂଷାର ଏକ ବିବଶତା, ଆଦୌ ସଉକ ନୁହେଁ।
-ଗବେଷଣାରୁ ଜଣାଯାଇଛି ମୂଷାର ମସ୍ତିଷ୍କ ମଣିଷର ମସ୍ତିିଷ୍କ ପରି କାର୍ଯ୍ୟ କରିଥାଏ। ମଣିଷ ପରି ସେ ମଧ୍ୟ କିଛି କଥା ବୁଝି ପାରିଥାଏ। ଏକ ମିନିଟ୍ରେ ମଣିଷଠାରୁ ମୂଷାର ହୃତ୍ସ୍ପନ୍ଦନ ଅଧିକ ଥର ହୋଇଥାଏ।
-ଧ୍ୱନିତରଙ୍ଗ ଦ୍ୱାରା ମୂଷା ପରସ୍ପରକୁ ସଙ୍କେତ ପଠାଇଥା’ନ୍ତି।
-ଆମର ଧର୍ମବିଶ୍ୱାସ ସହ ମୂଷା ଜଡ଼ିତ। ସେ କେବଳ ଗଣେଶଙ୍କର ବାହନ ନୁହେଁ, ରାଜସ୍ଥାନର ବିକାନେର ଜିଲ୍ଲାରେ ଅବସ୍ଥିତ ଏକ ମନ୍ଦିରରେ ମୂଷାଙ୍କୁ ପୂଜା କରାଯାଇଥାଏ।