ଫେସ୍‌ବୁକ୍‌ରେ ଭାଇରାଲ୍‌ ହେଲା କ୍ୟାବ୍‌ ଚାଳକଙ୍କ ଶାସ୍ତ୍ରୀୟ ସଂଗୀତ ଗାନ କରିବାର ଭିଡିଓ

କୋଲକାତା: ପୂର୍ବରୁ ଏକ ଭାଇରାଲ୍‌ ଭିିଡିଓରୁ ରାନୁ ମଣ୍ଡଲ ଚର୍ଚ୍ଚିତ ପାଲଟିଥିବା କଥା ଆପଣଙ୍କର ମନେ ଥିବ ନିଶ୍ଚୟ। ସେହିପରି ଜଣେ କ୍ୟାବ୍‌ ଚାଳକ ଶାସ୍ତ୍ରୀୟ ସଂଗୀତ ଗାଉଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌‌ ହୋଇଛି। ଚାଳକ ଜଣକ ଏକ ଶାସ୍ତ୍ରୀୟ ସଂଗୀତ ଗାଉଥିବା ବେଳର ଦୃଶ୍ୟକୁ ଭିଡିଓ କରି ଜଣେ ମହିଳା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ପରେ କୋଲକାତାର ଏହି ଯୁବକ ଜଣକ ଧୀରେ ଧୀରେ ଚର୍ଚ୍ଚିତ ହେବାରେ ଲାଗିଛନ୍ତି। ସେ ଏକ ବନ୍ଦିସ୍‌ ଗାଉଥିବାର ଭିଡିଓରେ ଦେଖିବାକୁ ମିଳିଛି।

ତାଙ୍କ ଘର କୋଲ୍‌କାତାର ଅଲ୍‌ଟାମିରା ଆର୍ଟ ଗ୍ୟାଲେରିରେ। ତାଙ୍କ ନାମ ଆର୍ଯ୍ୟାନ ସୋନି। ଆର୍ଯ୍ୟାନ ତାଙ୍କ କ୍ୟାବ୍‌ରେ ବ୍ରିନ୍ଦା ଦେସଗୁପ୍ତା ନାମକ ଜଣେ ଯାତ୍ରୀଙ୍କୁ ନେଇକି ଯାଉଥିଲେ। ବ୍ରିନ୍ଦା ଗାଡ଼ିରେ ବସି ଧୀରେ ଧୀରେ ଗୁଣୁଗୁଣେଇବାରେ ଲାଗିଥିଲେ। ତା’ପରେ ଗାଡ଼ି ଚଳକ ଜଣକ ବ୍ରିନ୍ଦାଙ୍କର ସଂଗୀତ ପ୍ରତି ଦୁର୍ବଳତା ଅଛି କି ବୋଲି ପ୍ରଶ୍ନ କରିଥିଲେ। ଏମିତି କଥାବାର୍ତ୍ତା ମଧ୍ୟରେ ଆର୍ଯ୍ୟାନ ଏକ ବନ୍ଦିସ୍‌ ଗାଇବା ଆରମ୍ଭ କରିଥିଲେ। ବ୍ରିନ୍ଦା ତାହାକୁ ସୁଟ୍‌ କରି ଫେସ୍‌ବୁକ୍‌ରେ ସେୟାର୍‌ କରିଥିବାର ଦେଖିବାକୁ ମିଳିଛି।

ବ୍ରିନ୍ଦା ସଂପୂର୍ଣ୍ଣ କଥାକୁ ତାଙ୍କ ଫେସ୍‌ବୁକ ପୋଷ୍ଟ୍‌ରେ ଲେଖିବା ସହ ଚାଳକ ଗାଉଥିବା ଗୀତ ଭିଡିଓକୁ ମଧ୍ୟ ତାଙ୍କ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି।

ସମ୍ବନ୍ଧିତ ଖବର