କୋଲାକାତାର ନେତାଜୀ ସୁବାସ ଡ଼କ୍ରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବଡ଼ ବୋମା ଉଦ୍ଧାର କରାଯାଇଛି। ୧୦୦୦ ପାଉଣ୍ଡ ବା ୪୫୦ କେଜି ଓଜନ ବିଶିଷ୍ଟ ଏହି ବୋମାଟିକୁ ପ୍ରଥମେ ଏକ ଟର୍ପେଡୋ ବୋଲି ଆଶଙ୍କା କରାଯାଉଥିଳା। ମାତ୍ର ପରେଏହା ଏକ ବିରାଟ ବୋମା ବୋଲି ଜଣାପଡ଼ିିବା ସହିତ ଏହା ଆମେରିକା ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଦ ସମୟରେ ବ୍ୟବହାର ପାଇଁ ଅଣାଯାଇଥିବା ଜଣାଯାଇଛି। ଜାଣନ୍ତୁ କେତେ ଶକ୍ତିଶାଳୀ ଥିଲା ଏହି ବୋମା...
/sambad/media/post_attachments/wp-content/uploads/2018/12/Second-World-War-Bomb_Infographics_2.jpg)
ବୋମାର ଓଜନ: ୪୫୦ କେଜି
ମିଳିଥିବା ସ୍ଥାନ: ନେତାଜୀ ଡକ୍, କୋଲକାତା
କେବେ ତିଆରି ହୋଇଥିଲା: ୭୫ ବର୍ଷ ପୂର୍ବରୁ (ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ)
କାହିଁକି ତିଆରି ହୋଇଥିଲା: ଜାପାନ ଉପରେ ଆକ୍ରମଣ କରିବା ପାଇଁ ତିଆରି କରିଥିଲା ଆମେରିକା।
କେତେ ଶକ୍ତିଶାଳୀ: ୫୦୦ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ଜିନିଷକୁ ଚୁର୍ମାର୍ କରିଦେଇ ପାରିବ।
୪୫୦ କେଜିର ଏହି ଏହି ଘାତକ ବୋମା ଶୁକ୍ରବାର ଦିନ ମିଳିଛି।
ଏହି ଭଳି ବୋମା ବହୁଳ ମାତ୍ରାରେ ଆମେରିକା ସେନା ଦ୍ୱାରା ୧୯୪୧-୪୪ ମଧ୍ୟରେ ବ୍ୟବହାର ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Second-World-War-Bomb_Infographics_1.jpg)