ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ୪୫୦ କେଜି ଓଜନର ବଡ଼ ଆମେରିକୀୟ ବୋମା ଉଦ୍ଧାର

କୋଲକାତା: କୋଲାକାତାର ନେତାଜୀ ସୁବାସ ଡ଼କ୍‌ରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବଡ଼ ବୋମା ଉଦ୍ଧାର କରାଯାଇଛି। ୧୦୦୦ ପାଉଣ୍ଡ ବା ୪୫୦ କେଜି ଓଜନ ବିଶିଷ୍ଟ ଏହି ବୋମାଟିକୁ ପ୍ରଥମେ ଏକ ଟର୍ପେଡୋ ବୋଲି ଆଶଙ୍କା କରାଯାଉଥିଳା। ମାତ୍ର ପରେଏହା ଏକ ବିରାଟ ବୋମା ବୋଲି ଜଣାପଡ଼ିିବା ସହିତ ଏହା ଆମେରିକା ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଦ ସମୟରେ ବ୍ୟବହାର ପାଇଁ ଅଣାଯାଇଥିବା ଜଣାଯାଇଛି। ନେତାଜୀ ସୁବାସ ବୋଷଙ୍କର ୯୦ତମ ଜୟନ୍ତୀ ପୂର୍ବର ନେତାଜୀ ସୁବାସ ଡେକ୍‌ର ଡ୍ରେଜିଂ ସମୟରେ ଏହି ବୋମାକୁ ସେନା ପକ୍ଷରୁ ଉଦ୍ଧାର କରାଯାଇଛି। ଯଦି ଏହି ବୋମା ଅଧ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବ୍ୟାପକ ଧନଜୀବନର କ୍ଷତି କରିବାର କ୍ଷମତା ରଖିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ପ୍ରଥମେ ଏହା ଏକ ଟର୍ପେଡୋ ବୋଲି ଭାବି କୋଲାକାତା ପୋର୍ଟ ଟ୍ରଷ୍ଟ ଆଇଏନଏସ ନେତାଜୀ ସହିତ ଯୋଗାଯୋଗ କରିଥିଲେ। ତେବେ ନୌସେନା ଘଟଣାସ୍ଥଳରେ ପହଞ୍ଚିବା ପରେ ଏହା ଏକ ବଡ଼ ବୋମା ବୋଲି ଜଣାପଡ଼ିଥିଲା । ପରେ ସେନାକୁ ମଧ୍ୟ ଘଟଣାସ୍ଥଳକୁ ଡ଼କା ଯାଇଥିଲା। ଯାଞ୍ଚ ବେଳେ ଏହି ବୋମା ଆମେରିକା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତେବେ ପ୍ରଥମ ବିଶ୍ୱଯୁଦ୍ଧ ପରେ ସେମାନ ଏହି ବୋମାଟିକୁ ଏଠାରେ ଛାଡ଼ି ଚାଲିଯାଇଥିବା ଆଶଙ୍କା କରାଯାଉଛି। ତେବେ ସେହିଦିନ ଠାରୁ ଏହା ପାଣିରେ ପଡ଼ି ରହିଥିଲା। ଏବେ ଏହା ଉଦ୍ଧାର ହୋଇଥିବା କୁହାଯାଉଛି। ତେବେ ଏହି ବୋମାଟିକୁ ନିଷ୍କ୍ରିୟ କରିବା ପାଇଁ ବିଶାଖାପାଟଣାରୁ ବିଶେଷଜ୍ଞଙ୍କୁ ଡକାଯିବ ବୋଲି ପଶ୍ଚିମବଙ୍ଗ ଜଣାଯାଇଛି। ନାଭାଲ ଇନ୍‌ ଚାର୍ଜ କମୋଡର ସୁପ୍ରୋଭୋ କେ ଦେ କହିଛନ୍ତି।
ସୂଚନାଯୋଗ୍ୟ ଯେ ବର୍ତ୍ତମାନର ନେତାଜୀ ସୁବାସ ଡେକ୍‌ ପୂର୍ବରୁ କିଙ୍ଗ ଜର୍ଜ ଡେକ୍‌ ଭାବେ ଜଣାଶୁଣା ଥିଲା। ଆଉ ଏହି ଡେକ୍‌କୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ନୌସେନା ବ୍ୟବହାର କରିଥିଲା।

ସମ୍ବନ୍ଧିତ ଖବର