୧୧ ପ୍ରକାର ଚେରମୂଳି ମିଶାଇ କୋଲ୍‌କାତା ମିଠା ଦୋକାନ ପ୍ରସ୍ତୁତ କରିଛି ‘ଇମ୍ୟୁନିଟି ସନ୍ଦେଶ’

ନୂଆଦିଲ୍ଲୀ: କୋଲକାତାର ବଳରାମ ମଲ୍ଲିକ ଏବଂ ରାଧାରମଣ ମଲ୍ଲିକ ନାମକ ଏକ ମିଷ୍ଟାନ୍ନ ଦୋକାନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରୁଥିବା ଏକ ପ୍ରକାର ସନ୍ଦେଶ ପ୍ରସ୍ତୁତ କରିଛି।

‘ଇମ୍ୟୁନିଟି ସନ୍ଦେଶ’ ନାମକ ଏହି ସନ୍ଦେଶରେ ମିଶିଥିବା ଚେରମୂଳି କରୋନାଭାଇରସ୍ ବିପକ୍ଷରେ ଲଢ଼ିବାକୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ ବୋଲି ସେମାନେ ଦାବି କରୁଛନ୍ତି। ଏଥିରେ ମିଶିଥିବା ୧୧ କିସମର ଚେରମୂଳିଗୁଡ଼ିକ ହେଉଛି: ତୁଳସୀ, ହଳଦୀ, ଗୁଜରାତି, ଜାଷ୍ଟିମଧୁ, ଜାଇଫଳ, ଅଦା, ଆମ୍ବକସିଆ ଅଦା, ପିପ୍ପଳୀ, ଗୋଲମରିଚ, କଳାଜୀରା ଓ ତେଜପତ୍ର। ଏହି ସାମଗ୍ରୀଗୁଡ଼ିକୁ ଛେନାରେ ମିଶାଇ ସନ୍ଦେଶ ପ୍ରସ୍ତୁତି କରାଯାଉଛି।

Image Courtesy of India Today

ଏହା ବ୍ୟତିରେକେ, ଇମ୍ୟୁନିଟି ସନ୍ଦେଶରେ ଚିନି କିଂବା ଗୁଡ଼ ବଦଳରେ ହିମାଳୟ ମହୁ ବ୍ୟବହାର କରାଯାଉଛି। ପ୍ରସ୍ତୁତି ବେଳେ ଉପରୋକ୍ତ ସାମଗ୍ରୀଗୁଡ଼ିକର ଦ୍ରବ୍ୟଗୁଣ ଯେମିତି ଅତୁଟ ରହେ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। ‘ଇମ୍ୟୁନିଟି ସନ୍ଦେଶ’ ଗୋଟିକର ମୂଲ୍ୟ ରହିଛି ୨୫ ଟଙ୍କା।

ସମ୍ବନ୍ଧିତ ଖବର