ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ଓ ମରାମତି ପ୍ରସଂଗରେ ଚାରି ମାସ ଭିତରେ ଠୋସ୍ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ଡିସେମ୍ବର ୨୩ରେ ନିର୍ଦ୍ଦେଶ ଦେଇଥିଲେ। ବିଶେଷଜ୍ଞଙ୍କ ମତ, ଆମିକସ୍ କ୍ୟୁରୀଙ୍କ ପରାମର୍ଶ ଓ ଆବଶ୍ୟକ ପଡିଲେ ବିଶେଷଜ୍ଞ କମିଟି ଗଠନ କରି କୋଣାର୍କ ମରାମତି ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୨୩ରେ ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ଏଏସ୍ଆଇ ମହାନିର୍ଦ୍ଦେଶକ (ଡିଜି) ଉଷା ଶର୍ମା, ଯୁଗ୍ମଡିଜି (ସଂରକ୍ଷଣ) ଜେ.ଶର୍ମା ଓ ଏଏସ୍ଆଇ ଭୁବନେଶ୍ବର ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସଂରକ୍ଷଣ କାର୍ଯ୍ୟର ସ୍ଥିତି ଓ ପ୍ରସ୍ତାବିତ ମରାମତି କାର୍ଯ୍ୟ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଯଥା ଶୀଘ୍ର ବିଶେଷଜ୍ଞଙ୍କ ମତ ନେଇ କୋଣାର୍କର ସଂରକ୍ଷଣ ଓ ମରାମତି ପ୍ରସଂଗରେ ପୂର୍ଣ୍ଣାଙ୍ଗ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/post_attachments/wp-content/uploads/2019/11/jagannath-temple-wikiwand-300x172.jpg)
ଶ୍ରୀଜଗନ୍ନାଥ ମନ୍ଦିର ମରାମତି କାର୍ଯ୍ୟ ୪ ମାସ ଭିତରେ ଶେଷ କରିବାକୁ ନିର୍ଦ୍ଦେଶ
ଶ୍ରୀଜଗନ୍ନାଥ ମନ୍ଦିର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଚାରି ମାସ ଭିତରେ ଶେଷ କରିବାକୁ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ)କୁ ଡିସେମ୍ବର ୨୩େର ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଡିସେମ୍ବର ୨୩ରେ ଏଏସ୍ଆଇ ମହାନିର୍ଦ୍ଦେଶକ (ଡିଜି) ଉଷା ଶର୍ମା, ଯୁଗ୍ମଡିଜି ଜେ.ଶର୍ମା ଓ ଏଏସ୍ଆଇ ଭୁବନେଶ୍ବର ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ସହିତ ପରିସରରେ ଚାଲିଥିବା ସଂରକ୍ଷଣ ଓ ମରାମତି କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ନାଟମଣ୍ଡପ ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଶେଷ ହେବା ପାଇଁ ଆଉ କିଛି ସମୟ ଲୋଡା ବୋଲି ଏଏସଆଇ ଡିଜି କହିଥିଲେ। ଏପରି ପରିସ୍ଥିତିରେ ଚାରି ମାସ ଭିତରେ ଶ୍ରୀମନ୍ଦିର ପରିସରରେ ଚାଲିଥିବା ମରାମତି କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୦, ମେ’ ୪ରେ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/post_attachments/wp-content/uploads/2019/07/Odisha-High-Court-300x217.jpg)
ଦୁଇ ବିଚାରପତିଙ୍କ ଅବସର ଗ୍ରହଣ
୨୦୧୯ରେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଜେ.ପି.ଦାସ ଓ ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥ ଅବସର ଗ୍ରହଣ କରିଥିଲେ। ଜଷ୍ଟିସ ଜେ.ପି.ଦାସ ୧୯୫୭, ମେ’୧୯ରେ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୧୫, ଏପ୍ରିଲ ୧୭ରେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୯, ମେ’ ମାସରେ ସେ ଅବସର ଗ୍ରହଣ କରିଥିଲେ। ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥ ୧୯୫୭ ନଭେମ୍ବର ୧୩ରେ ଜନ୍ମ ଗ୍ରହଣ କରିଥିଲେ। ସେ ୨୦୧୩, ଜୁନ୍ ୨୦ରେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।
ସ୍ୟାଟ୍ ଉଚ୍ଛେଦ ପାଇଁ ବିଜ୍ଞପ୍ତି
ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ୨୦୧୯ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ବିଚାରାଧୀନ ରହିଥିବା ବେଳେ ୨୦୧୯, ଅଗଷ୍ଟ ୨ରେ ସ୍ୟାଟ୍ ଉଚ୍ଛେଦ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରଣାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏହି ମାମଲା ଏବେ ବିଚାରାଧୀନ ରହିଛି।