କୋଶଳୀରେ ରାମାୟଣର ରଚୟିତା ହେମଚନ୍ଦ୍ର ଆଚାର୍ଯ୍ୟ ୧୯୨୬ ମସିହା ଏପ୍ରିଲ ୨୦ ତାରିଖରେ ବରଗଡ଼ ଜିଲ୍ଲାର ଗର୍ଭଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଡୋଳାମଣି ଆଚାର୍ଯ୍ୟ ଥିଲେ ଜଣେ ସଂସ୍କୃତ ପଣ୍ଡିତ। ହେମଚନ୍ଦ୍ର ଉଭୟ ଓଡ଼ିଆ ଏବଂ କୋଶଳୀ-ସମ୍ବଲପୁରୀରେ ଅନେକ କାବ୍ୟ କବିତା, ନାଟକ, ଗଳ୍ପ ଏବଂ ନିବନ୍ଧ ରଚନା କରିଥିଲେ।
‘ମହାରଥୀ କର୍ଣ୍ଣ’ (ନାଟକ), ‘ଶବରୀ-ସନ୍ଦେଶ’ (କାବ୍ୟ) ଏବଂ ‘ଗୀତି ଗାଥା’ (ଗୀତି କବିତା) ଆଦି ହେଲା ତାଙ୍କ ଓଡ଼ିଆ ସର୍ଜନା। ସମ୍ବଲପୁରୀରେ ‘ରାମରାହା’, ‘ନୁନୀ’, ‘ସତର ସତୀ ବୃନ୍ଦାବତୀ’, ଗଳ୍ପ ସଂକଳନ ‘କଥାନି ଲେଖେ ଲାଗସି’ ଏବଂ ‘କଥାନି ସତସତାନି’ ଆଦି ରଚନା ପାଇଁ ସେ ପଶ୍ଚିମ ଓଡ଼ିଶାରେ ଅତ୍ୟନ୍ତ ଲୋକପ୍ରିୟ। ‘ରାମରାହା’ର ରଚନା ପାଇଁ ତାଙ୍କୁ ‘କୋଶଳ-ବାଲ୍ମୀକି’ ବୋଲି କୁହାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/ffff.jpg)