ତିନି ହଜାର ଫୁଟ ଉଚ୍ଚ ଦୁଇଟି ପାହାଡ ମଝିରେ ଛିଡା ହୋଇ ପ୍ରେମିକାକୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ

ନୂଆଦିଲ୍ଲୀ: ଆଜିକାଲି ପ୍ରେମିକ ପ୍ରେମିକାକୁ ପ୍ରେମ ନିବେଦନ ହେଉ ଅଥବା ବିବାହ ପ୍ରସ୍ତାବ ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଏଯାବତ ପ୍ରେମିକ/ ପ୍ରେମିକା ଆକାଶରେ, ପାଣିରେ ତ କେତେବେଳେ ପାହାଡରେ ଓ ଅନ୍ୟାନ୍ୟ ସ୍ଥାନରେ ବିବାହ ପ୍ରସ୍ତାବ ଦେଉଥିବା ଦେଖିବାକୁ  ମିଳିଛି। ଏହି କ୍ରମରେ ଏକ ପ୍ରେମୀଯୁଗଳଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ନରେଓ୍ଵର କେଜରବୋଲ୍ଟେନ୍‌ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥାନ ଅଟେ। ଏଠାକୁ ପ୍ରତିଦିନ ଅନେକ ଲୋକ ବୁଲିବାକୁ ଆସି ଥାଆନ୍ତି। କେଜରବୋଲ୍ଟେନ୍‌ରେ ତିନିହଜାର ଫୁଟ ଉଚ୍ଚ ଏକ ପାହାଡ ରହିଛି। ଏହି ଦୁଇଟି ପାହାଡ ମଧ୍ୟରେ ଏକ ପଥର ରହିଛି। ଏକ ପ୍ରେମୀଯୁଗଳ ଏହି ପଥର ଉପରେ ଛିଡା ହୋଇ ଦୁହେଁ ଦୁହିଁଙ୍କୁ ବିବାହ ପ୍ରସ୍ତବା ଦେଉଥିବା ଦେଖିବାକୁ ମିଳିଛି।

ଉକ୍ତ ପ୍ରେମୀଯୁଗଳଙ୍କ ମଧ୍ୟରୁ ପ୍ରେମିକ ନାମ କ୍ରିଷ୍ଟିୟନ୍‌ ରିଚର୍ଡସ୍‌ ଓ ପ୍ରେମିକା ନାମ ବେକ୍ସ ମୋରଲେ ବୋଲି ଜଣାପଡ଼ିଛି। ଏତେ ଉଚ୍ଚକୁ ଯିବା ଦୁହିଁଙ୍କ ପାଇଁ ଏତେ ସହଜ ନଥିଲା। କିନ୍ତୁ ସାହାସର ସହ ଏତେ ଉଚ୍ଚକୁ ଯାଇ ପ୍ରେମିକ ତାର ପ୍ରେମିକାକୁ ବିବାହ ପ୍ରସ୍ତାବ ଦେଇ ମୁଦି ପିନ୍ଧାଇ ଆଲିଙ୍ଗନ କରିଥିଲା। ଏବଂ ସବୁଦିନ ପାଇଁ ଏହି ମୁହୂର୍ତ୍ତକୁ ସ୍ମୃତି କରି ନିଜ ସାଥୀରେ ନେଇ ଆସିଥିଲେ ପ୍ରେମୀଯୁଗଳ।

ସମ୍ବନ୍ଧିତ ଖବର