ବେଙ୍ଗାଲୁର: କର୍ଣ୍ଣାଟକର ପୁଟୁର ଜିଲ୍ଲାର ବିଦ୍ୟାପୁର ଅଞ୍ଚଳର ଜନସ୍ୱତୀ କଲୋନିରେ ରୁହନ୍ତି ୫୨ ବର୍ଷୀୟା ହିନ୍ଦୁ ମହିଳା ଭବାନୀ। ଅବିବାହିତା ଏହି ମହିଳା ଗତ ୪୦ ବର୍ଷ ହେବ ଏକ ବିଡି କମ୍ପାନିରେ ବିଡି ବଳିବା କାର୍ଯ୍ୟରେ ନିୟୋଜିିତ। ତାଙ୍କର ସମସ୍ତ ରକ୍ତ ସମ୍ପର୍କୀୟଙ୍କର ଚଳିବା ବେଶ୍ ଉନ୍ନତ ହୋଇଥିିବା ବେଳେ ବିଡି ବଳୁଥିବାରୁ ଭବାନୀଙ୍କର ତାଙ୍କ ସମ୍ପର୍କୀୟ ମାନଙ୍କସହିତ ଭଲ ସମ୍ପର୍କ ନ ଥିଲା। ତେଣୁ ଭବାନୀ କୁଲି କାର୍ଯ୍ୟ କରୁଥିବା କ୍ରିିଷ୍ଣା ନାମକ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ରହୁଥିଲେ। ତେବେ ଗତ ଶନିବାର ସକାଳୁ ହୃଦ୍ଘାତରେ ଭବାନୀଙ୍କର ମୃତ୍ୟୁ ହେବା ପରେ କ୍ରିିଷ୍ଣା ତାଙ୍କର ସମସ୍ତ ରକ୍ତ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ମାତ୍ର ସମସ୍ତେ ି ଭବାନୀଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇ ଚୁପ୍ ଚାପ ରହିଯାଇଥିିଲେ। କ୍ରିଷ୍ଣା ସେମାନଙ୍କୁ ;ଯତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ର ଭବାନୀଙ୍କ ରକ୍ତ ସମ୍ପର୍କୀୟମାନେ କେହି ତାଙ୍କ ଅନ୍ତିମସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଆସି ନ ଥିଲେ। କ୍ରିଷ୍ଣା ମଧ୍ୟ ଖୁବ୍ ଗରିବ ଥିବାରୁ କିପରି ଭବାନୀଙ୍କର ଅନ୍ତେଷ୍ଟିକ୍ରିୟା କରିବେ ତାହା ଜାଣି ପାରି ନ ଥିଲେ। କ୍ରୀଷ୍ଣା ବିବ୍ରତ ଥିବା ବେଳେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଅଞ୍ଚଳରେ ରହୁଥିବା କିଛି ମୁସଲମାନ ଯୁବକ। ଏପରକି ଅଞ୍ଚଳରେ ୧୬୦ ହିନ୍ଦୁ ପରିବାର ରହୁଥିଲେ ମଧ୍ୟ କେହି ଭବାନୀଙ୍କ ଶବର ଅନ୍ତିିମ ସଂସ୍କାର ପାଇଁ ଆଗେଇ ନ ଆସିବାରୁ ମୁସଲମାନ ଯୁବକ ଫାରୁକ, ଓ ତାଙ୍କ ସାଙ୍ଗ ସୌକତ, ହମ୍ଜା, ନାଜୀର ଓ ରିୟାଜ କ୍ରିଷ୍ଣାଙ୍କୁ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସିଥିଲେ। ସେମାନେ ସେମାନେଙ୍କ ମଧ୍ୟରେ ୫ ହଜାର ଟଙ୍କା ଚାନ୍ଦା ଆଦାୟ କରି ଭବାନୀଙ୍କ ମୃତଦେହକୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ନେବାର ବ୍ୟବସ୍ଥା କରିଥିଲେ। ପରେ ସେଠାରେ ଅଙ୍ଗନବାଡ଼ି କର୍ମୀ ରାଜେଶ୍ୱରୀ, ସାଫିଆ, ଜୁବେଦା ଓ ଅନ୍ୟ ମହିଳାମାନେ ହିନ୍ଦୁ ରୀତିନୀତି ଅନୁଯାୟୀ, ଭବାନୀଙ୍କୁ ଗାଧୋଇ ଦେବା ସହିତ ସଜବାଜ କରି ଦେଇଥିଲେ। ଏହା ପରେ ସମସ୍ତ ହିନ୍ଦୁରୀତି ନୀତିରେ ଏହି ମୁସଲମାନ ଯୁବକମାନଙ୍କ ସହଯୋଗରେ କ୍ରିଷ୍ଣା ଭବାନୀଙ୍କର ଅନ୍ତିିମ ସଂସ୍କାର କରିଥିଲେ। ଏହି ଘଟଣା ଏବେ ସମଗ୍ର ଦକ୍ଷିଣ କନ୍ନଡ଼ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛିି।
ମାନବିକତା: ଆସିଲେନି ସମ୍ପର୍କୀୟ, ହିନ୍ଦୁ ରୀତିନୀତିରେ ମହିଳାଙ୍କ ଅନ୍ତେଷ୍ଟି କ୍ରିୟା କରାଇଲେ ମୁସଲମାନ ଯୁବକ
/sambad/media/post_attachments/wp-content/uploads/2018/06/karnatak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)