ଏହି ମନ୍ଦିରରୁ କେହି ଖାଲି ହାତରେ ଫେରନ୍ତିନି, ବିଗ୍‌ ବି ଅମିତାଭ ଓ ଅଜୟ ଦେବଗନ ବି ଯାଇଥିଲେ ଏଠାକୁ

ମୁମ୍ବାଇ: ଭକ୍ତ ଓ ଭଗବାନଙ୍କ ସଂପର୍କ ଯୁଗ ଯୁଗର। ଅନ୍ୟ ଯେଉ ବି ସଂପର୍କରେ ତିକ୍ତତା ଆସିପାରେ କିନ୍ତୁ ଏହି ସଂପର୍କରେ କେବଳ ବିଶ୍ୱାସ ହିଁ ପୁଞ୍ଜି ହୋଇଥାଏ। ଏହି ବିଶ୍ୱାସ ହେତୁ ହିଁ ତ ଲୋକେ ଘରେ ପୂଜା କରନ୍ତି, ମନ୍ଦିର ଯାଆନ୍ତି। କେହି କେହି ମନ୍ଦିର ନିଜ ମନକୁ ଶାନ୍ତ କରିବାକୁ ଯାଆନ୍ତି ତ କେହି କେହି ଭଗବାନଙ୍କ ନିକଟରେ ଅଳି କରିବାକୁ ଯାଆନ୍ତି। ମନ୍ଦିର ଗଲେ ଯଦି ଭକ୍ତଙ୍କୁ କିଛି ମିଳୁନଥାନ୍ତା ହୁଏତ ଦେଶରେ ଥିବା ଲକ୍ଷ ଲକ୍ଷ ମନ୍ଦିରରେ ପ୍ରତିଦିନ ଖାଲି ପଡୁଥାନ୍ତା।

ଦେଶରେ ଥିବା ଲକ୍ଷ ଲକ୍ଷ ମନ୍ଦିର ଭିତରୁ ଗୋଟାଏ ହେଉଛି ‘କ୍କୁକେ ସୁଭ୍ରମଣ୍ୟମ୍‌ ମନ୍ଦିର’। ବିଶ୍ୱାସ କରାଯାଏ ଯେ ଏହି ମନ୍ଦିରକୁ ଯେକେହି ବି ଯାଇଛନ୍ତି କେବେ ଖାଲି ହାତରେ ଫେରିନାହାନ୍ତି। ମନ୍ଦିରକୁ ବିଶ୍ୱାସ ରଖି ଯାଉଥିବା ସମସ୍ତ ଭକ୍ତଙ୍କ ମନସ୍କାମନା ଏଠାର ପୂରା ହୋଇଥାଏ।

ମନ୍ଦିରଟି କର୍ଣ୍ଣାଟକରୁ କିଛି କିଲୋମିଟର ଦୂରରେ ଅବସ୍ଥିତ। ଏଠାକୁ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ପରି ପ୍ରସଦ୍ଧ ଅଭିନେତାମାନେ ବି ଯାଇ ସାରିଛନ୍ତି। ଏହି ମନ୍ଦିରରେ ଭଗବାନ କାର୍ତ୍ତିକଙ୍କୁ ପୂଜା କରାଯାଏ ବୋଲି ବିଶ୍ୱାସ ରହିଛି। ବିଭିନ୍ନ ଆଡୁ ନିରାଶ ହୋଇ ଯେତେବେଳେ ଭକ୍ତ ଏହି ମନ୍ଦିରକୁ ଯାଆନ୍ତି ସେମାନଙ୍କ ମନସ୍କାମନା ଅବଶ୍ୟ ପୂରା ହୋଇଥାଏ ବୋଲି ବିଶ୍ୱାସ ରହିଛି।

ମନ୍ଦିରଟି କର୍ଣ୍ଣାଟକରେ ଥିବା ସୁଭ୍ରମଣ୍ୟମ ଗ୍ରାମରେ ଅବସ୍ଥିତ। ଏହି ମନ୍ଦିର ପଛରେ ଏକ ବଶ୍ୱାସ ରହିଛି ଯେ ଗରୁଡ଼ଙ୍କଠାରୁ ଧମକ ପାଇବା ପରେ ବାସୁକି ସେମେତ ଅନ୍ୟ ସମସ୍ତ ସର୍ପ ସୁଭ୍ରମଣ୍ୟମ୍‌ ଭଗବାନଙ୍କ ଶରଣ ପଶିଥିଲେ। ନଦୀ, ଜଙ୍ଗଲ ଓ ପର୍ବତ ଆଦି ଏହି ମନ୍ଦିର ଚାରିପାଖରେ ଘେରି ରହି ଏହାର ସୋଭା ବଢ଼ାଉଛନ୍ତି। ଏହି ମନ୍ଦିର ଭିତରକୁ ଭକ୍ତମାନେ ପଛ ଦ୍ୱାର ଦେଇ ପ୍ରବେଶ କରନ୍ତି। ମନ୍ଦିର ସାମ୍ନା ପାଖରେ ଏକ ଗରୁଡ଼ ମୂର୍ତ୍ତି ରହିଛି। ମୂର୍ତ୍ତିଟିକୁ ରୂପାରେ ଢଙ୍କା ଯାଇଛି। ଭକ୍ତମାନେ ସେହି ସ୍ତମ୍ଭକୁ ଛୁଇଁ ମନକଥା ଭଗବାନଙ୍କୁ ଜଣାଇଥାନ୍ତି।

ସମ୍ବନ୍ଧିତ ଖବର