ଏହି ଅଞ୍ଚଳର ଲୋକଙ୍କ ପାଖକୁ ହେଲିକପ୍ଟରେ ଆସିଥାଏ ରାସନ୍‌, କାରଣ ଜାଣନ୍ତୁ

ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳ ସୀମାବର୍ତ୍ତୀ ଗାଁ ଗୁଡିକର ଆଦିବାସୀ ଲୋକଙ୍କ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କୁମାଉଁ ଅଞ୍ଚଳ ସୀମାବର୍ତ୍ତୀ ଗାଁ ଗୁଡିକର ଆଦିବାସୀ ରାସନ ଆଣିବା ପାଇଁ ନେପାଳ ବଜାର ଉପରେ ନିର୍ଭର କରିଥାଆନ୍ତି । ସରକାରଙ୍କ ପକ୍ଷରୁ ମିଳୁଥିବା ରାସନର ପୂରା କୋଟା ଏମାନଙ୍କୁ ମିଳୁ ନଥିବାରୁ ଗହମ ଓ ବିଭିନ୍ନ ସଉଦା ପାଇଁ ଏମାନେ ନେପାଳ ବଜାରକୁ ଯାଇଥାନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଅଞ୍ଚଳ ପାଇଁ ବହୁତ କମ ରାସନ ଦିଆଯାଇଥାଏ। ଏହି କାରଣରୁ ନେପାଳ ବଜାରରେ ମିଳୁଥିବା ଚୀନ ସାମଗ୍ରୀ ଉପରେ ନିର୍ଭର କରିବାକୁ ପଡୁଛି । ଭାରତ ଓ ନେପାଳକୁ ଯୋଡୁଥିବା କାଳୀ ନଦୀ ଉପରେ ନିର୍ମାଣ ହୋଇଥିବା ପୋଲ ପାର କରି ଏହି ଅଞ୍ଚଳର ବାସିନ୍ଦାମାନେ ନେପାଳର ଟିଙ୍କର ଓ ଚାଙ୍ଗୁର ବଜାରରୁ ଆବଶ୍ୟକୀୟ ସାମଗ୍ରୀ କିଣିଥାନ୍ତି ।

ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ବାସିନ୍ଦା ମାନଙ୍କୁ ମାସକୁ ୫ କିଲୋ ଚାଉଳ ଓ ୨ କିଲୋ ଗହମ ଦିଆଯାଇଥାଏ। ଯାହାକୁ ଏମାନଙ୍କ ଆବଶ୍ୟକତା ଠାରୁ ମଧ୍ୟ ବହୁତ କମ । ଏହାଛଡା ଏମାନଙ୍କୁ ପ୍ରତି ତିନି ମାସରେ ଥରେ ଲେଖାଏଁ ରାସନ ମିଳିଥାଏ ।

ଏହି ଅଞ୍ଚଳର ଉପଜିଲ୍ଲାପାଳଙ୍କ ଆର କେ ପାଣ୍ଡେଙ୍କ କହିବା ଅନୁଯାୟୀ, ମୌସୁମୀ ଆସିବା ପୂର୍ବରୁ ଏମାନଙ୍କ ପାଇଁ ରାସନ ପଠା ଯାଇଥିଲା । ଏବେ ଆଗାମୀ ତିନି ମାସ ପାଇଁ ମଧ୍ୟ ରାସନ ହେଲିକପ୍ଟଟ ଦ୍ୱାରା ପଠାଯିବ। ଉକ୍ତ ଘାଟି ଅଞ୍ଚଳରେ ରାସ୍ତା କାମ ମରାମତି କରାଯାଉଥିବାରୁ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ହେଲିକପ୍ଟଟର ସହାୟତା ନିଆଯାଇଥାଏ । ଏଥିପାଇଁ ପ୍ରଶାସନ ସେନାର ସହାୟତା ନେଇଥାଏ ।

ସମ୍ବନ୍ଧିତ ଖବର