‘କୁତ୍ତିୟା’ ଦେବୀ ମନ୍ଦିର: ଏଠାକୁ କୁକୁରକୁ ପୂଜା କରିବା ପାଇଁ ଆସିଥାନ୍ତି ଶ୍ରଦ୍ଧାଳୁ

ଭାରତରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ ଅଭୁତ ପ୍ରକାରର ପରମ୍ପରା । ଆସ୍ଥା ଏବଂ ଭଗବାନଙ୍କ ନାମରେ ଦେଖିବାକୁ ମିଳିଥାଏ ଅନେକ ଅନ୍ଧବିଶ୍ୱସ ଏବଂ କୌତୁହଳପ୍ରଦ ପରମ୍ପରା । ସେହିଭଳି ବୁନ୍ଦେଲଖଣ୍ଡ କ୍ଷେତ୍ରର ଝାନ୍‌ସୀସ୍ଥିତ କ୍କବାରୀ ଗ୍ରାମରେ ଦେଖିବାକୁ ମିଳିଥାଏ ମାଇକୁକୁର (କୁତ୍ତିୟା)ର ମନ୍ଦିର । ଶ୍ରଦ୍ଧାଳୁ ସୁଖ ସମୃଦ୍ଧ ି ଏବଂ ଭଲ ଫସଲର କାମନା କରିବା ପାଇଁ ଏହି ମନ୍ଦିରକୁ ପୂଜା କରିବା ପାଇଁ  ଆସିଥାନ୍ତି । ଏଠାରେ ଏକ କଳା ମାଇ କୁକୁରର ମୂର୍ତ୍ତି ପୂଜା କରାଯାଇଥାଏ । ତେବେ ଆସନ୍ତୁ ଘଟଣା ବିଷୟରେ ବିସ୍ତାରରେ ଜାଣିବା।

 

ପ୍ରକୃତରେ କଥା କ’ଣ କି ଏଠାରେ ରାସ୍ତା କଡ଼ରେ ଏକ ଲୁହା ଜାଲି ମଧ୍ୟରେ ଥିବା ଏକ କଳା ମାଇ କୁକୁରର ମୃତ୍ତି କରି ପୂଜା କରାଯାଉଛି।  ଏଠାରେ ପ୍ରତିଦିନ ଗ୍ରାମର ମହିଳାମାନେ ପୂଜା କରିବା ସହ ପରିବାରର ସୁଖ ସମୃଦ୍ଧି ପାଇଁ କାମନା କରିଥାନ୍ତି । ଗ୍ରାମବାସୀଙ୍କ ଅନୁଯାୟୀ କୁତ୍ତିଆଦେବୀ ତାଙ୍କର ଆସ୍ଥାର କେନ୍ଦ୍ର  । ଗ୍ରାମବାସୀଙ୍କ ଅନୁଯାୟୀ ଗ୍ରାମରେ କିଛି ଭୋଜିର ଆୟୋଜନ ହେଉଥିଲେ ଏହି ମାଇ କୁକୁର ସେଠାରେ ଯାଇ ଖାଉଥିଲା । ଗ୍ରାମରେ କୌଣସି ଭୋଜିଭାତ ଏହି ମାଇକୁକୁରକୁ ଖାଦ୍ୟ ନ ଦେଇ ପୂରା ହେଉ ନ ଥିଲା । ଥରେ ଦୁଇଟି ଗ୍ରାମରେ ସମାନ ଦିନରେ ଭୋଜିଥିଲା ଏବଂ କୁତ୍ତିଆ ମହାରାଣୀଙ୍କୁ ଦୁଇଟି ଯାକ ଭୋଜି ପାଇଁ ନିମନ୍ତ୍ରଣ ଦିଆଯାଇଥିଲା ।

ଏହି ଦିନ ମାଇକୁକୁରର ଶରୀର ଅସୁସ୍ଥ ଥିବାରୁ ଦୁଇ ଗ୍ରାମ ମଝି ରାସ୍ତାରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା । ପର ଦିନ ସକାଳେ ଗ୍ରାମବାସୀ ଏହା ଦେଖିବା ପରେ ସେହି ସ୍ଥାନରେ  ମାଇ କୁକୁରର ଶବ ପୋତି ତାଙ୍କ ନାମରେ ମନ୍ଦିର ନିର୍ମାଣ କରିଥିଲେ । ବର୍ତ୍ତମାନ ପାଖଆଖ ଗ୍ରାମର ସମସ୍ତ ଗ୍ରାମବାସୀ ପ୍ରତିଦିନ ଏହି ମନ୍ଦିରକୁ କୁତ୍ତିୟା ଦେବୀଙ୍କର ଦର୍ଶନ ପାଇଁ ଆସିଥାନ୍ତି ।

ସମ୍ବନ୍ଧିତ ଖବର