ଜୟପୁର: ଦାରିଦ୍ର୍ୟ ଆସିପାରିଲାନି ଶିକ୍ଷା ଆଗରେ। ଅଭାବ ଅନଟନକୁ ବେଖାତିର କରି ନିଜ ଦକ୍ଷତାକୁ ଦୁନିଆ ଆଗରେ ପ୍ରଦର୍ଶନ କରି ଚର୍ଚ୍ଚା ପାଲଟିଛନ୍ତି ଜୟପୁରର ଜଣେ ମେଧାବୀ ଛାତ୍ର।

Advertisment

ବର୍ମରସ୍ଥିିତ ଧୋରିମାନା ଗ୍ରାମର ଛାତ୍ର ପ୍ରକାଶ ହେଉଛନ୍ତି ଏକ ଗରିବ ପରିବାର ପୁଅ। ‌ତାଙ୍କ ବାପା ଜଣେ ନିର୍ମାଣ ଶ୍ରମିକ। ପାଠ ପଢ଼ିବା ପାଇଁ ବହୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲେ ବି ପାଠ ପଢ଼ା ଛାଡ଼ି ଦେଇ ନଥିଲେ ପ୍ରକାଶ। ନିଜର ଚେଷ୍ଟା ବଳରେ ସେ ୯୯.୨ ପ୍ରତିଶତ ନମ୍ବର ରଖି ରାଜସ୍ଥାନ ବୋର୍ଡ ଅଫ୍‌ ସେକେଣ୍ଡାରି ‌ଏଜୁକେସନ୍‌ରେ ଦ୍ବିତୀୟ ସ୍ଥାନ ହାସଲ କରିପାରିଛନ୍ତି।

publive-image New Indian Express

ତା’ ସତ୍ତ୍ବେ  ତାଙ୍କର ମନ ଦୁଃଖ। ୧୦୦ରୁ ୧୦୦ ପ୍ରତିଶତ ନମ୍ବର ରଖିବାକୁ ଇଚ୍ଛା କରିଥିଲେ ପ୍ରକାଶ। ସେ ହିନ୍ଦୀ ଓ ଇତିହାସରେ ୧୦୦ ନମ୍ବର ରଖିଥିବା ବେଳେ ହିନ୍ଦୀ ସାହିତ୍ୟ‌ ଓ ଇତିହାସରେ ୯୯ ଲେଖାଏ ମାର୍କ ରଖିଛନ୍ତି। ରାଜନୀତି ବିଜ୍ଞାନରେ ୯୮ ନମ୍ବର ରଖିଛନ୍ତି ପ୍ରକାଶ। ସେ କହନ୍ତି କି, ‘ମୁଁ କଠିନରୁ କଠିନ ପରିଶ୍ରମ କରିଥିଲି ଓ ଆଶା କରୁଥିଲି କି ୧୦୦ରୁ ୧୦୦ ପ୍ରତିଶତ ରଖିବି ବୋଲି।’

ପୁଅର ସଫଳତାରେ ପ୍ରକାଶଙ୍କ ବାପା କହନ୍ତି କି ସେ ବହୁତ କଷ୍ଟରେ ନିଜ ପରିବାର ଚଳାନ୍ତି। ନିକଟରେ ତାଙ୍କୁ ପାରାଲିସିସ୍ ହୋଇଯିବାରୁ‌ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଉପରେ ଆହୁରି ପ୍ରଭାବ ପକାଇଛି। ତାଙ୍କ ପୁଅର ସଫଳତା ତାଙ୍କୁ ଏକ ନୂଆ ଆଶା ଦେଇଛି।