ନିଜ ସୌନ୍ଦର୍ଯ୍ୟକୁ ଫେରି ପାଇବା ପାଇଁ ଏହି ମହିଳା ୪୮ ମାସରେ ୪୯ଥର କରିଥିଲେ ଚେହେରାର ଅସ୍ତ୍ରୋପଚାର,ଭିଡିଓ ଦେଖନ୍ତୁ

ଟେନେସୀ : ଆମେରିକାର ଜଣେ ମହିଳା ୪୮ ମାସରେ ୪୯ଥର ଅସ୍ତ୍ରୋପଚାର କରିବା ପରେ ନିଜର ସୁନ୍ଦର ମୁହଁକୁ ଫେରି ପାଇଛନ୍ତି। ଏହି ମହିଳାଙ୍କ ନାମ ମରିଶା ଡଟସନ ।

ସୂଚନାଯୋଗ୍ୟ, ଆମେରିକାର ୨୮ ବର୍ଷୀୟ ମରିଶା ଡଟସନଙ୍କ ନାକରେ ଏକ ଛୋଟ ବ୍ରଣ ହୋଇଥିଲା। ଯାହା ତାଙ୍କୁ ୪ ବର୍ଷ ଯାଏ ଖୁବ ଯନ୍ତ୍ରଣା ଦେଇଥିଲା । ଧିରେ ଧିରେ ନାକରେ ଏକ ଲାଲ ରଙ୍ଗର ଛାପ ଭଳି ହୋଇଯାଇଥିଲା। ଦୁଇ ସପ୍ତାହରେ ଏହା ବଢିବାକୁ ଲାଗିଥିଲା । ଫଳରେ ସେ ଟେନେସୀ ୟୁନିଭର୍ସିଟିର ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ଚିକିତ୍ସା କରାଇଥିଲେ । ସ୍କିନ ଇନଫେକସନ ହୋଇଥିବା କହି ଡାକ୍ତର ତାଙ୍କୁ କିଛି ଆଣ୍ଟିବାୟୋଟିକ୍ସ ଖାଇବାକୁ କହିଥିଲେ କିନ୍ତୁ ଏହାର କିଛି ମଧ୍ୟ ତାଙ୍କର ପ୍ରଭାବ ପଡି ନଥିଲା । ନାକର ସେହି ସ୍ଥାନଟି ଟ୍ୟୁମରର ରୂପ ନେଇସାରିଥିଲା ତେଣୁ ଡାକ୍ତର ତାଙ୍କୁ ସର୍ଜରୀ କରିବାକୁ କହିଥିଲେ । ପାଖାପାଖି ୧୬ଘଣ୍ଟା ଧରି ଅସ୍ତ୍ରୋପଚାର ହୋଇଥିଲା । ଏହି ସର୍ଜରୀଟି ୯୭ରୁ ୯୮ ପ୍ରତିଶତ ସଫଳ ହୋଇଥିଲା ।

ଆଶ୍ଚର୍ଯ୍ୟ କଥା ହେଉଛି ୨୦୧୫ରେ ପୁଣି କ୍ୟାନସରରେ ପୀଡିତ ହୋଇଥିଲେ। ସେତେବେଳକୁ ନାକର ଅତି ଶୋଚନୀୟ ଅବସ୍ଥା ହୋଇଥିଲା । ଅକ୍ଟୋବର ୨୦୧୫ରୁ ସେପ୍ଟେଟର ୨୦୧୬ ଭିତରେ ସେ ଅନେକ ଥର ନିଜ ମୁହଁକୁ ସର୍ଜରୀ କରିଥିଲେ । ସେତେବେଳକୁ କ୍ୟାନସର ଦ୍ୱାରା ଆଖି, ନାକ, ଦାନ୍ତ ଆଦି ସବୁ ପ୍ରଭାବିତ ହୋଇଥିଲା । ୨୦୧୬ରେ ସେ କ୍ୟାନସର ଅବସ୍ଥାରେ ସବୁବେଳେ ବଞ୍ଚିବେ ବୋଲି ନିଷ୍ପତ୍ତି କରିଥିଲେ। ଏଥିରେ କିନ୍ତୁ ୨୦ ପ୍ରତିଶତ ବଞ୍ଚିବାର ଚାନ୍‌ସ ଥିବାବେଳେ ସେ ଏହି ରିସ୍କ ନେଇଥିଲେ ।

ସମ୍ବନ୍ଧିତ ଖବର