ଛାତ୍ରୀଙ୍କ ଉପରେ ଚଢ଼ି ଚାଲି ଯାଇଥାଆନ୍ତା କାର, ମହିଳା ପୁଲିସଙ୍କ ଉପସ୍ଥିତ ବୁଦ୍ଧି ହେତୁ ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମୃତ୍ୟୁର ଅତି ନିକଟରୁ ଫେରି ଆସି ଥାଆନ୍ତି। ସେହି ଲୋକମାନଙ୍କ କ୍ଷେତ୍ରରେ କୁହାଯାଇଥାଏ ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ।’ । ନିକଟରେ ଆମେରିକାରୁ ଏମିତି ଏକ ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଜଣେ ଛାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ମହିଳା ପୁଲିସ କର୍ମଚାରୀ ନିଜ ଜୀବନକୁ ବିପଦରେ ପକାଇ ଦେଇଥିଲେ।

ଆମେରିକାର ମେରିଲ୍ୟାଣ୍ଡରେ କିଛିଦିନ ତଳେ ନର୍ଥଇଷ୍ଟ ମିଡଲ ସ୍କୁଲ ବାହାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ଏହି ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ସ୍କୁଲ ଛାତ୍ରୀ ରାସ୍ତା ପାର କରୁଛନ୍ତି, ଏହି ସମୟରେ ହଠାତ୍ ଏକ ଦ୍ରୁତ ଗତିରେ ଆସୁଥିବା କାର ଛାତ୍ରୀଙ୍କ ଆଡକୁ ମାଡ଼ି ଆସୁଛି। ଏହି ଦୃଶ୍ୟ ଦେଖି ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ମହିଳା ପୁଲିସ ଛାତ୍ରୀଙ୍କୁ କାରର ସାମ୍ନାରୁ ଠେଲି ଦେଇଥି‌ଲେ। ଫଳରେ ଉଭୟ ରାସ୍ତା‌ରେ ପଡ଼ି ଯାଇଥିଲେ। ପୁଲିସଙ୍କ ଏହି ସାହସିକତାକୁ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଥିବା ମହିଳା ପୁଲିସଙ୍କ ନାମ ହେଉଛି ଆନ୍ ଏନେଟ ଗୁଡ଼ଇୟର। ଏନେଟ ୧୪ ବର୍ଷ ଧରି କ୍ରସିଂ ଗାର୍ଡ ଭାବରେ କାମ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର