ଡାକ୍ତରାଣୀ ମୁହଁରୁ ନିଶ୍ବାସ ଦେଇ ବଞ୍ଚାଇଲେ ନବଜାତ ଶିଶୁର ଜୀବନ

ନୂଆଦିଲ୍ଲୀ: ଡାକ୍ତରଙ୍କୁ ପୃଥିବୀରେ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି ବିବେଚନା କରାଯାଏ। ଯିଏ ରୋଗୀଙ୍କୁ ନୂତନ ଜୀବନ ଦେଇଥାଆନ୍ତି। ଆଗ୍ରାଠାରେ ଜଣେ ଡାକ୍ତରାଣୀ ଏକ ନବଜାତ ଶିଶୁର ଜୀବନ ବଞ୍ଚାଇ ଥିବାର ଘଟଣା ସାମ୍ନାକୁ ଆସିଛି।

ବାସ୍ତବରେ, ଏତ୍ମାଦପୁର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଜନ୍ମ ହେବାପରେ ନବଜାତ ଶିଶୁର ନିଶ୍ବାସ ଚାଲୁ ନଥିଲା। ତେଣୁ ଡାକ୍ତରାଣୀ ତାଙ୍କ ପାଟିରୁ ନିଶ୍ୱାସ ଦେଇ ଶିଶୁର ଜୀବନ ରକ୍ଷା କରିଥିଲେ। ମାର୍ଚ୍ଚ ୧ରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରାଣୀଙ୍କୁ ଖବୁ ପ୍ରଶଂସା କରାଯାଉଛି।

नवजात को सांस देतीं महिला डॉक्टर

ସୂଚନାନୁସାରେ, ଏତ୍ମାଦପୁରର ବୁର୍ଜ ଗାଙ୍ଗୀ ନିବାସୀ ଖୁସବୁଙ୍କୁ ମାର୍ଚ୍ଚ ୧ ରେ ପ୍ରସବ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସାଧାରଣ ପ୍ରସବ ଦ୍ୱାରା ଖୁସବୁ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମର କିଛି ସମୟ ପରେ ହଠାତ୍ ନବଜାତ ଶିଶୁ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା।

ହସ୍ପିଟାଲର ଡାକ୍ତର ସୁରେଖା ଯେତେବେଳେ ଶିଶୁର ପରୀକ୍ଷା କରିଥିଲେ ନବଜାତକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ସେ ଜାଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଶିଶୁକୁ ଅମ୍ଳଜାନ ଦେଇଥିଲେ କିନ୍ତୁ କୌଣସି ପ୍ରକାର ଲାଭ ମିଳି ନଥିଲା। ଶେଷରେ ଡାକ୍ତର ସୁରେଖା ନବଜାତ ମୁହଁରେ ନିଜ ମୁହଁ ଲଗାଇ ନିଶ୍ୱାସ ଭରିବା ଆରମ୍ଭ କରିଥିଲେ। ଶେଷରେ ତାଙ୍କର ଏହି ପ୍ରୟାସ ସଫଳ ହୋଇଥିଲା। ନବଜାତ ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା।

ଡାକ୍ତର ସୁରେଖା ଯେତେବେଳେ ଶିଶୁର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ। ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର