ସୋସିଆଲ ମିଡିଆରେ ପାଦ ଦେଖାଇ ମହିଳା ରୋଜଗାର କରନ୍ତି ବାର୍ଷିକ ୫କୋଟି ଟଙ୍କା !

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛିନା କିଛି ଘଟଣା ଦୁର୍ଘଟଣାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ସୋସିଆଲ ମିଡିଆ ଜରିଆରେ ଅନେକ ରୋଜଗାରକ୍ଷମ ବି ହୋଇଛନ୍ତି। ତେବେ ନିକଟରେ କନାଡାଇରେ ରହୁଥିବା ଜଣେ ୩୨ବର୍ଷୀୟ ମଡେଲ ଜେସିକା ଗ୍ଲାଉଡ ସୋସିଆଲ ମିଡିଆରେ କେବଳ ପାଦ ଦେଖାଇ ପ୍ରତିବର୍ଷ ହଜାରହଜାର ପାଉଣ୍ଡ ରୋଜଗାର କରିଥାଆନ୍ତି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତେବେ ଆସନ୍ତୁ ଜାଣିବା ନିଜ ରୋଜଗାର ସମ୍ପର୍କରେ କ’ଣ କହନ୍ତି ଜେସିକା।

ଜେସିକାଙ୍କ କହିବାନୁସାରେ, ଲୋକମାନେ ତାଙ୍କ ପାଦ ଦେଖି ସେକ୍ସୁଆଲ୍‌ ପ୍ଲେଜର ପାଇ ଥାଆନ୍ତି। ଏକ କମ୍ପାନି ଜରିଆରେ ଏହି ପ୍ରକାର ଖବର ବିଜ୍ଞାପନ ଦିଆଯାଇଥାଏ। ଏହି ବିଜ୍ଞାପନ ଦେଖି ମୁଁ ଏଭଳି କାମ ଆରମ୍ଭ କରିଥିଲି। ପ୍ରଥମେ ଏହି କାମକୁ ନେଇ ମୋତେ ବହୁତ ହସ ଲାଗୁଥିଲା। ଧୀରେଧୀରେ ଲୋକମାନେ ସୋସିଆଲ ମିଡିଆରେ ମୋ ପାଦକୁ ଦେଖି ଟଙ୍କା ନେବା ପରେ ମୋତେ ଭାରି ମଜା ଲାଗିଲା। ମୁଁ କେବେ ବିଶ୍ୱାସ କରି ପାରୁ ନ ଥିଲି କି ଏଭଳି ବି କାମ ରହିଛି।

ଏହି କାମ ଆରମ୍ଭ କରିବାର କିଛିଦିନ ପରେ ଲୋକମାନେ ମୋତେ ମେସେଜ କରିବା ଆରମ୍ଭ କରିଦେଲେ। କେତେକ ଲୋକ ମୋର ପାଦର ଫଟୋ ଦେଖି ମୋତେ ବହୁତ ପ୍ରଶଂସା ମଧ୍ୟ କରିଥିେଲେ। ଏହାପରେ ମୋତେ ବିଶ୍ୱାସ ହେଲା ବାସ୍ତବିକ ଲୋକମାନେ ମୋର ପାଦକୁ ପସନ୍ଦ କରୁଛନ୍ତି। ମୋର ପାଦକୁ ଦେଖି ସେମାନଙ୍କୁ ସେକ୍ସୁଆଲ୍‌ ପ୍ଲେଜର ମିଳିଥାଏ। ଏଥିପାଇଁ ସେମାନେ ମୋତେ ଟଙ୍କା ଦେଇଥାଆନ୍ତି। ଏହି କାମ କରି ମୁଁ ବର୍ଷକୁ ପାଖାପାଖି ୫୫ହଜାର ବ୍ରିଟିଶ ପାଉଣ୍ଡ (ପାଖାପାଖି ୪.୭ କୋଟି ଟଙ୍କା) ରୋଜଗାର କରିଥାଏ।

ସମ୍ବନ୍ଧିତ ଖବର